ବିପଦ ସଂକେତ ଡେଇଁଲା କାଂଶବାଂଶ: ପାଣି ଘେରରେ ୫ ଗାଁ

ସୋର: ଟଳିଯାଇଛି ବାତ୍ୟା । ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଦୁଃଖ ବଢାଉଛି । ତୁହାକୁ ତୁହା ବର୍ଷା ଏବେ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବା ବେଳେ ବିପଦ ସଙ୍କେତ ଟିପିଛି ବାଲେଶ୍ବର ଜିଲ୍ଲାର କାଂଶବାଂଶ ନଦୀ । ଫଳରେ ଜିଲ୍ଲାର ୫ ଗାଁ ପାଣି ଘେରରେ ରହିଛି ।

ତେବେ କାଂଶବାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୭.୫୦୫ ମିଟର ଥିବାବେଳେ ଏବେ ୭.୮୬୦ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି | ବିଶେଷ କରି ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବରେହିପାଣିରେ ସର୍ବାଧିକ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଫଳରେ ବୁଢାବଳଙ୍ଗ ନଦୀର ବି ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି ଯୋଗୁଁ ବାରିପଦା ମ୍ୟୁନିସିପାଲଟି ୭ ନମ୍ବର ୱାର୍ଡର ୧୦ ରୁ ୧୫ ଘର ଜଳମଗ୍ନ ହୋଇଛି ।  ସେହିପରି କୁରୁମାବାଙ୍କ ଗ୍ରାମର ୨୫ ପରିବାର ପାଣି ଘେରରେ । ସେମାନଙ୍କ ମଧ୍ୟରୁ ୧୦ ପରିବାର ଘରୁ ବାହାରିବା ସମ୍ଭବ ହେଉନାହିଁ ।

nis-ad
Leave A Reply

Your email address will not be published.