ଢେଙ୍କାନାଳ ଓ ଅନୁଗୁଳରେ ଲକ୍ଷ୍ମୀପୂଜା ଶେଷ, ମେଲାଣି ନେଉଛନ୍ତି ମା’ ପଦ୍ମାଳୟା

ଢ଼େଙ୍କାନାଳ/ ଅନୁଗୁଳ : ଢ଼େଙ୍କାନାଳ ଲକ୍ଷ୍ମୀପୂଜା ମହୋତ୍ସବ ଶେଷ ହୋଇ ଯାଇଛି । ଆଜି ଭସାଣି । ୧୧ଦିନ ଧରି ପୂଜା ପରେ ଆଜି ମା’ଙ୍କୁ ମେଲାଣି ଦେବେ ଢ଼େଙ୍କାନାଳବାସୀ । ଏଥିପାଇଁ ସମସ୍ତ ପୂଜା ଅନୁଷ୍ଠାନଗୁଡ଼ିକ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  ଏଥର ଡିଜେ ସାଉଣ୍ଡ ନୁହଁ ବରଂ ସମ୍ପୂର୍ଣ୍ଣ ପାରମ୍ପରିକ ବାଦ୍ୟ ଯନ୍ତ୍ର ମାଧ୍ୟମରେ ଭସାଣି ଉତ୍ସବ ଉପରେ ଗୁରୁତ୍ୱ ଦିଆଯାଇଛି ।  ସମସ୍ତ ୩୮ଗୋଟି ପୂଜା କମିଟି ମିଳିତ ଭସାଣ ଶୋଭା ଯାତ୍ରାରେ ସାମିଲ ହୋଇଛନ୍ତି ।

ରାତି ୧୨ ଟା ସୁଦ୍ଧା ମୋଟ ପାଞ୍ଚୋଟି ଜଳାଶୟରେ ସମସ୍ତ ମେଢର ବିସର୍ଜନ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । ଚଳିତ ବର୍ଷ ଭସାଣିରେ ବିଭିନ୍ନ ପୂଜା କମିଟି ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରର ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସଙ୍ଗିତକୁ ସାମିଲ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରରେ ମୁତୟନ ହେବେ ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ ।

ସେହିପରି ଆଜି ଅନୁଗୁଳ ସହର ଲକ୍ଷ୍ମୀପୂଜା ଭସାଣି ପାଇଁ ନୃତ୍ୟଗୀତ-ବାଦ୍ୟରେ ଦୁଲୁକି ଉଠୁଛି ।  ସହରରେ ୩୦ଟି ମଣ୍ଡପରେ ପୂଜା ହୋଇଥିବା ବେଳେ ଆଜି ୧୨ଟି ପୂଜା କମିଟି ମେଳଣରେ ସାମିଲ ହୋଇଛନ୍ତି । କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତ୍ତି ଅନୁସାରେ ଆଜି ଅପରାହ୍ଣ ୩ଟାରେ ଥାନା ଛକ ନିକଟରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହେବ।  ଗୋଟିଏ ପରେ ଗୋଟିଏ ମେଢ଼ ଥାନା ଛକରୁ ବାହାରି ବସଷ୍ଟାଣ୍ଡ ଦେଇ ମେଡିକାଲ ଛକ ଓ ବଜାର ଛକ ଦେଇ ହାଇସ୍କୁଲ ଖେଳ ପଡ଼ିଆରେ ପହଞ୍ଚିବେ । ବ୍ୟାଣ୍ତ ପାର୍ଟି, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଶିଙ୍ଘବାଦ୍ୟ, ଆଦିବାସୀ ନୃତ୍ୟ, ଘଣ୍ଟ ବାଦ୍ୟ ଆଦି ସହିତ ସାଉଣ୍ଡ ସିଷ୍ଟମର ମ୍ୟୁଜିକରେ ସହର ଦୁଲୁକି ଉଠିବ।

nis-ad
Leave A Reply

Your email address will not be published.