ବୀରମିତ୍ରପୁର ରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ୨୮ଜୁଆଡ଼ି ଗିରଫ ଟଙ୍କା ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଉପର ମାର୍କେଟର ଗୋଟିଏ ଘରରେ ବଡ଼ ଧାରଣାର ଜୁଆ ଖେଳ ଚାଲିଥିଲା। ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ ଏବଂ ଥାନା ଅଧିକାରୀ ଆଇ ଆଇ ସି ବନ୍ଧାନା ପାତ୍ର ନିଜର ସହକର୍ମୀଙ୍କୁ ନେଇ ଅତର୍କିତ ଭାବରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ସେଠାରୁ ୨୮ ଜଣଙ୍କୁ ଗିରଫ କରିବା ସହ ଜୁଆ ଆଡ୍ଡା ରୁ ୭୨୫୬୦ ଟଙ୍କା ଜବତ କରିବା ସହ ୧୮ ଗୋଟି ମୋବାଇଲ ଫୋନ, ତାସ ସ, ୫ ଟି ମୋଟର ସାଇକେଲ ଜବତ କରାଯାଇଛି।

ଏହି ଜୁଆ ଖେଳକୁ କୁଆଡ଼େ ଖେଳାଉଥିଲେ ମାଷ୍ଟର ମାଇଣ୍ଡ ରାଜେଶ ଜୟପୁରୀୟା।ଏହି ଖେଳରେ ବାବଲୁ ପ୍ରଜାପତି, ସେକେଣ୍ଡର ତନ୍ତୀ, ଅମରନାଥ ଟରିଆ, ନୀତିଶ ସାହୁ, ଦିପୁ ସିଂ, ସୁନୋଫ ମିଶ୍ରା, ଦୁଷ୍ମନ୍ତ ପଟେଲ, ଲାଳଚଣ୍ଡ କୁମାର ସାହୁ, ତୁଷାର ପାତ୍ର, ଦର୍ଶନ ମିଶ୍ର, ଅନୁପ ଲାଲ, ରାଜେଶ ମହତ, ଅନ୍ମୋଲ ସାହୁ, ଜଗୁ ମିଞ୍ଜ, ନିଖିଳ କେଶ୍ରି, ସିଵନାଥ ଚୌଧୁରୀ, ଜିତେନ୍ଦ୍ର ସିଂ, ନିଲୋକନ୍ତା ଆରଃ, ମୁକେଶ ବଂଶାଲି, ସୁରେଶ ସାହୁ, ସୋନୁ ଗୁପ୍ତା, ଵାବଲୁ ସାହୁ, ସନ୍ଥୋଷ ସାହୁ, ନୱାଳ କିଶୋର ଜେଶ୍ଵଳ, ରାଜେଶ ସାହୁ ଓ ଅରୁନ କୁମାର ସାହୁ ଘଟଣା ସ୍ଥଳରୁ ଧରାପଡିଥିଲେ।ଆଜି ବୀରମିତ୍ରପୁର ପୋଲିସ ଜୁଆଡ଼ି ମାନଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ପ୍ରକାଶ କରିଛି। ଆଜିର ଏହି ଚଢ଼ାଉ ପରେ ଜୁଆ ଆଡ୍ଡା ଚଳାଉଥିବା ବ୍ୟକ୍ତି ଓ ଜୁଆଡ଼ି ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.