ଆପାର୍ଟମେଣ୍ଟ ନିରାପତ୍ତା ପାଇଁ ପୋଲିସ କମିଶନରଙ୍କ ଅପିଲ, ସିସିଟିଭି ଫିଡ୍ ପୋଲିସ କଣ୍ଟ୍ରୋଲ ରୁମ୍କୁ ଦେବାକୁ ପରାମର୍ଶ

ଭୁବନେଶ୍ବର ୨୬।୧୦: ଆପାର୍ଟମେଣ୍ଟ ନିରାପତ୍ତା ପାଇଁ ପୋଲିସ କମିଶନରଙ୍କ ଅପିଲ । ସମସ୍ତ ଏଣ୍ଟ୍ରି ଓ ଏକ୍ସିଟ୍ ପଏଣ୍ଟରେ ସିସିଟିଭି ଲଗାଇବାକୁ ପରାମର୍ଶ । ସିସିଟିଭିର ଫିଡ୍ ପୋଲିସ କଣ୍ଟ୍ରୋଲ ରୁମ୍ କୁ ଦେବାକୁ ପରାମର୍ଶ । ନିଜ ଆପାର୍ଟମେଣ୍ଟର ତଥ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଦେବାକୁ କହିଲେ ପୋଲିସ କମିଶନର । ଚଳିତ ବର୍ଷ ୬୫ ଚୋରି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କୁ ଗିରଫ କରାଯାଇଛି । ୭୦୭୭୭୯୮୧୧୧ ନମ୍ବରରେ ସୂଚନା ଦେବାକୁ ଅପିଲ କଲେ ସିପି ।
ପୋଲିସ କମିଶନରଙ୍କ ବିବୃତ୍ତି : ୧. ୨୦୨୪ ମସିହାରେ ଏପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ମୋଟ ୬୫ଟି ଚୋରି କେସ ରିପୋର୍ଟ ହୋଇଛି । ସେଗୁଡିକ ମଧ୍ୟରୁ ଆମେ ୨୯ ଲୋକଙ୍କୁ ଗିରଫ କରିଛୁ ।
୨. ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କ ପାଇଁ ଆମେ ଏକ ସୁଚନା ଜାରୀ କରୁଛୁ । ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକ (RWAs) ଆପାର୍ଟମେଣ୍ଟର ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ ଗୁଡ଼ିକରେ IP-enabled କ୍ୟାମେରା ଲଗାଇବେ ଏବଂ ତାହାର ତଥ୍ୟ ଆମ କମିଶନରେଟ ପୋଲିସ କଣ୍ଟ୍ରୋଲ୍ ରୁମକୁ ଦେବେ ।
୩. IP-enabled କ୍ୟାମେରା ମାନଙ୍କର ସବିଶେଷ ତଥ୍ୟ ଏସିପି କେ. କେ. ହରିପ୍ରସାଦ ଙ୍କୁ ମୋବାଇଲ ନ.୭୬୦୬୦୬୬୭୬୬ ରେ ଯୋଗାଯୋଗ କରିବେ ।
୪. ଏହା ପାଇଁ ଆମେ ସମସ୍ତଙ୍କ ସହଯୋଗ ଆଶା କରୁଛୁ । ଆମେ ଘଟଣାଗୁଡ଼ିକୁ ଅନୁ ସନ୍ଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରୁଛୁ ।
୫. ଯଦି ଆପଣଙ୍କ ପାଖରେ କୌଣସି ଅଭିଯୋଗ ବା ସୂଚନା ଅଛି, ଦୟାକରି 7077798111 ନମ୍ବରକୁ WhatsApp କରନ୍ତୁ ।

nis-ad
Leave A Reply

Your email address will not be published.