ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ

ପାରଳାଖେମୁଣ୍ଡି: ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ୫୭ ଟି ଅମୃତ ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ପୁନର୍ବିକାଶ କରାଯାଉଅଛି | ଏହି ପଦକ୍ଷେପଟି ଓଡିଶାର ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି | ପାରଳାଖେମୁଣ୍ଡି ଷ୍ଟେସନ ଆନ୍ଧ୍ରପ୍ରଦେଶ ସୀମା ନିକଟରେ ମହେନ୍ଦ୍ର ତନୟା ନଦୀ କୂଳରେ ଅବସ୍ଥିତ ଯାହାକୁ ପଡୋଶୀ ସହର ପାଠପଟଣମ ଠାରୁ ପୃଥକ କରିଛି | ଏହି ସହର ରାଜ୍ୟ ରାଜପଥ ୪ ଏବଂ ଜାତୀୟ ରାଜପଥ ୩୨୬A ମାଧ୍ୟମରେ ସଂଯୋଗୀକରଣ ହୋଇଛି, ଯାହା ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ପ୍ରମୁଖ ଅଞ୍ଚଳକୁ ସଂଯୋଗ କରୁଛି |

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଗୁଣୁପୁର ଠାରୁ ନୌପଡ଼ା ପର୍ଯ୍ୟନ୍ତ ୯୦ କିଲୋମିଟର ଦୈର୍ଘ୍ୟ ବ୍ରଡ୍ ଗେଜ୍ ରେଳ ଲାଇନ ଦ୍ୱାରା ରେଳ ସଂଯୋଗ ସୁବିଧା କରାଯାଇଅଛି ଯାହା ଆଞ୍ଚଳିକ ପରିବହନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ନୂତନ ଷ୍ଟେସନ୍ ବିଲଡିଙ୍ଗକୁ ୭୨ ବର୍ଗମିଟର ବିଶିଷ୍ଟ ବାଣିଜ୍ୟିକ କ୍ଷେତ୍ର ସହିତ ୧୩୭୫ ବର୍ଗମିଟର କ୍ଷେତ୍ରରେ ନିର୍ମାଣ କରାଯାଉଅଛି | ପ୍ଲାଟଫର୍ମ ୧ ଏବଂ ୨ ମଧ୍ୟରେ ଯାତାୟାତ ପାଇଁ ୧୨ ମିଟର ଚଉଡା ଫୁଟ ଓଭର ବ୍ରିଜ୍ ନିର୍ମାଣ କରାଯିବ । ୧୪,୩୨୬,୯ ବର୍ଗ ମିଟର ବିସ୍ତୃତ ଚଳପ୍ରଚଳ କ୍ଷେତ୍ରର ଉନ୍ନତିକରଣ କରାଯିବ | ୨୭୧୧.୯ ବର୍ଗ ମିଟର ବିଶିଷ୍ଟ ଏକ ସୁଚିନ୍ତିତ ପାର୍କିଂ କ୍ଷେତ୍ର କରାଯିବ । ସମୁଦାୟ ୮ଟି ପ୍ଲାଟଫର୍ମ ହେବ । ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କ୍ଷେତ୍ରରେ ପ୍ରାୟ ୮୦% ପ୍ରଗତି ହାସଲ କରିଛି | ଏହି ବିକାଶ ପ୍ରମୁଖ ଷ୍ଟେସନରେ ଭିତ୍ତିଭୂମି ଏବଂ ସେବା ବୃଦ୍ଧି ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ସୂଚିତ କରିବା ସହିତ ଉନ୍ନତ ପରିବହନ ସୁବିଧା ଦ୍ୱାରା ଜନସମୁଦାୟ ଲାଭବାନ ହେବେ |

nis-ad
Leave A Reply

Your email address will not be published.