ବିବାଦ ପରେ ଓଏସଏସଏସସିରେ ନିଯୁକ୍ତି : ଲଳିତ ଦାସ ଅଧ୍ୟକ୍ଷ, ଉଦ୍ଧବ ଓ ସରୋଜ ସଦସ୍ୟ

ଭୁବନେଶ୍ବର : ବିଭିନ୍ନ ପଦବୀ ପାଇଁ ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦରେ ଥିବା ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ(ଓଏସଏସଏସସି)ରେ ଆଜି ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ଓଏସଏସଏସସି ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଓଡ଼ିଆ ଆଇପିଏସ୍ ଲଳିତ ଦାସଙ୍କୁ ନିଯୁକ୍ତି ମିଳିଥିବାବେଳେ ଅବସରପ୍ରାପ୍ତ ଆଇଏଏସ୍ ଉଦ୍ଧବଚନ୍ଦ୍ର ମାଝୀ ଓ ଅବସରପ୍ରାପ୍ତ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ସଦସ୍ୟ ହେବେ । ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଓଏସଏସଏସସି ଦ୍ୱାରା ଆୟୋଜିତ ଅମିନ,ଆରଆଇ, ଫରେଷ୍ଟର ସମେତ ବିଭିନ୍ନ ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଏହି ପରୀକ୍ଷାକୁ ସ୍ୱଚ୍ଛତା ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ଓଏସଏଏସଏସସିରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ଦେଇ ପରୀକ୍ଷା ବ୍ୟବସ୍ଥାରେ ପାରଦର୍ଶିତା ଆଣିବାକୁ ପ୍ରୟାସ କରିଛନ୍ତି ।

nis-ad
Leave A Reply

Your email address will not be published.