ଅମ୍ବାନୀ ବିକିବେ ସରକାରଙ୍କ ଶସ୍ତା ସାମଗ୍ରୀ, କମ୍ ଦାମରେ ଲୋକେ ପାଇବେ ଅଟା-ଚାଉଳ

ନୂଆଦିଲ୍ଲୀ : ଦରବୃଦ୍ଧିକୁ କାବୁ କରିବା ପାଇଁ ସରକାର ଗତ ବର୍ଷ ଶସ୍ତା ଅଟା, ଚାଉଳ, ଡାଲି ବିକିବା ଆରମ୍ଭ କରିଦେଇଥିଲେ । ସରକାର ଭାରତ ବ୍ରାଣ୍ଡ୍ ନାଁରେ ଶସ୍ତା ଡାଲି, ଚାଉଳ, ଅଟା ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରିଟେଲ୍ ଚେନ୍ ଜରିଆରେ ଲୋକଙ୍କ ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ପାଇଁ ଯୋଜନା ଚାଲିଛି । ସରକାର ଏଥିପାଇଁ ଉଦ୍ୟେଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ସହିତ ଆଲୋଚନା କରୁଛନ୍ତି ।
ପୂର୍ବରୁ ଭାରତ ବ୍ରାଣ୍ଡର ସାମଗ୍ରୀ ଜିଓମାର୍ଟ, ଆମାଜନ ଓ ବିଗବାସ୍କେଟ ସମେତ ଅନ୍ୟ ଅନ୍ୟ ଇ-କମର୍ସ କମ୍ପାନୀର ପ୍ଲାଟଫର୍ମରେ ଅସ୍ଥାୟୀ ରୂପେ ଉପଲବ୍ଧ ଥିଲା । ଏବେ ସରକାର ଏହାକୁ ଘରୋଇ ରିଟେଲ କମ୍ପାନୀ ସହ ଲଙ୍ଗ୍ ଟର୍ମରେ ଡିଲ୍ କରି ରିଟେଲ ଷ୍ଟୋରରେ ବିକିବାକୁ ଚାହୁଁଛନ୍ତି । ଏମିତି ହେବା ଦ୍ବାରା ଅଧିକ ଲୋକଙ୍କ ପର୍ଯ୍ୟନ୍ତ ଭାରତ ବ୍ରାଣ୍ଡର ଶସ୍ତା ସାମଗ୍ରୀ ପହଞ୍ଚିପାରିବ ।
ସାରା ଦେଶରେ ରିଲାଏନ୍ସର ୧୮ ହଜାରରୁ ଅଧିକ ରିଟେଲ ଷ୍ଟୋର ବା ସ୍ମାର୍ଟ ବଜାର ରହିଛି । ଏହା ବ୍ୟତୀତ ଜିଓ ମାର୍ଟ ଭଳି ଅନଲାଇନ୍ ପ୍ଲାଟଫର୍ମ ମଧ୍ୟ ଅଛି । ଏହି ଚୁକ୍ତି ହେବା ଫଳରେ ଲୋକେ ସହଜରେ କମ୍ ଦାମରେ ସାମଗ୍ରୀ ପାଇପାରିବେ ।

nis-ad
Leave A Reply

Your email address will not be published.