ସୁତୁଲି ବାଣ ତିଆରି ବେଳେ ବିସ୍ଫୋରଣ, ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର

ଖଲ୍ଲିକୋଟ : ବାଣ ତିଆରି ବେଳେ ବିସ୍ଫୋରଣ । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।
ସୂଚନାଯୋଗ୍ୟ ଯେ, ମାଣିକପୁର ଗାଁର ୧୦ମ ଶ୍ରେଣୀର ୫ ଜଣ ଛାତ୍ର ନୂଆସାହିରେ ଏକ ଟିଣ ଘରେ ବାଣ ତିଆରି କରୁଥିଲେ । ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣେ ସମ୍ପୂର୍ଣ୍ଣ ଭାବରେ ଆହତ ହୋଇଥିବା ଜଣାପଡିଛି । ୫ ଜଣ ଛାତ୍ର ଏକ ଟିଣ ଘରେ ଦୀପାବଳିରେ ବାଣ ଫୁଟାଇବା ପାଇଁ ସୁତୁଲି ବାଣ ପ୍ରସ୍ତୁତ କରୁଥିବା ବେଳେ ଅସାବଧାନତା ଯୋଗୁଁ ବିସ୍ଫୋରଣ ଘଟିଥିଲା । ଫଳରେ ସମସ୍ତ ବାଣ ପ୍ରସ୍ତୁତି ଉପକରଣରେ ନିଆଁ ଲାଗି ଏକ ବଡ଼ ଧରଣର ଶବ୍ଦ ସୃଷ୍ଟି ହୋଇଥିଲା । ସେହି ଘରେ ବାଣ ତିଆରି କରିବା ପାଇଁ ଥିବା ବାରୁଦ ଓ ଅନ୍ୟାନ୍ୟ ବିସ୍ଫୋରକ ଉପାଦାନରେ ନିଆଁ ଲାଗି ବଡ ଧରଣର ବିସ୍ଫୋରଣ ହୋଇଥିଲା । ସେହି ବିସ୍ଫୋରଣରେ ଘର ଉପର ଟିଣ ସମ୍ପୂର୍ଣ୍ଣ ଉଡ଼ିଯାଇଥିବା ବେଳେ ଘର କାନ୍ଥରେ ବଡ ଫାଟ ସୃଷ୍ଟି ହୋଇଛି । ବିସ୍ଫୋରଣରେ ଗୁରୁତର ଆହତ ହେଇଥିବା ସମସ୍ତ ଛାତ୍ରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.