ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ

ବୌଦ୍ଧ : ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ ଆରମ୍ଭ । ମାଓ ଦମନ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ବୈଠକରେ ଆଇଜି ଅପରେସନ୍ ଜୟ ନାରାୟଣ ପଙ୍କଜ, ଡିଆଇଜି ଏସ.ଆଇ.ଡବ୍ଲୁ କନୱର ବିଶାଲ ସିଂହ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ସଡ଼ଙ୍ଗୀ , ବୌଦ୍ଧ ଏସପି ନାଗେଶ୍ୱର ଦେବାରକୋଣ୍ଡା ଉପସ୍ଥିତ ଅଛନ୍ତି ।

୧୯୯୦ ବ୍ୟାଚର ଖୁରାନିଆ ପୂର୍ବରୁ ଭୁବନେଶ୍ବର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି । ସେ ନୟାଗଡ଼, ଯାଜପୁର, ରାଉରକେଲା, ମୟୁରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସପି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।  ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ରେଞ୍ଜ ଡ଼ିଆଇଜି, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀର ନିର୍ଦ୍ଦେଶକ ସହିତ ଆଇଜି ଟ୍ରେନିଂ ଭାବେ ଦାୟିତ୍ୱ ତୁଲାଇଥିଲେ ।

କଟକ ଭୁବନେଶ୍ୱର କମିଶନରେଟ ପୋଲିସରେ ଅତିରିକ୍ତ ପୋଲିସ କମିଶନର ଓ ପୋଲିସ କମିଶନର ଭାବେ ଗୁରୁ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ ।  ୨୦୧୮ଅକ୍ଟୋବରରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସଏଫର ଆଇଜି ଓ ପରେ ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ତୁଲାଇଥିଲେ ।

nis-ad
Leave A Reply

Your email address will not be published.