ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମେକ ଇନ ଓଡ଼ିଶା ପାଇଁ ‘ନିବେଶକ ସମ୍ମିଳନୀ’ରେ ଦେଲେ ଯୋଗ

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇଣ୍ଡିଆ କେମିକାଲ ଇଣ୍ଟରନେସନାଲ୍ କନଫରେନ୍ସରେ ଯୋଗ ଦେଇଛନ୍ତି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଧ୍ୟ କନଫରେନ୍ସରେ ଉପସ୍ଥିତ ଅଛନ୍ତି । ଗୁଜରାଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ଓଡ଼ିଶାର ପାରାଦ୍ୱୀପ, ଗୋପାଳପୁର ଓ ଧାମରାରେ କେମିକାଲ ଶିଳ୍ପ ଆସିବା ଲାଗି ସମ୍ଭାବନା ରହିଛି । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୁମ୍ବାଇର ହୋଟେଲ ଓବରେଇରେ ଆଗାମୀ ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା ପାଇଁ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବେ ।

ସେହିପରି କାଲି ସକାଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା ପାଇଁ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବେ । ରାଜ୍ୟରେ ଶିଳ୍ପାୟନ ନେଇ ନିବେଶକଙ୍କ ସହ ଆଲୋଚନା କରିବେ। କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ।

nis-ad
Leave A Reply

Your email address will not be published.