ଆକ୍ରମଣ ପୂର୍ବରୁ ଗାଜା ଛାଡି ପଳାଇବାକୁ ଧମକ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲ ସେନା ପୂର୍ବ ଲେବାନନର ବେକା ଅଞ୍ଚଳର କିଛି ଅଂଶ ଛାଡିବାକୁ ଲୋକଙ୍କୁ ଧମକ ଦେବା ସହ ସେମାନେ ସେହି ଅଞ୍ଚଳ ଉପରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଇସ୍ରାଏଲ ସେନା ଲେବାନନର ଚାରିପଟୁ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଜାତିସଙ୍ଘ ସମେତ ଅନ୍ୟ କେତେକ ଦେଶ ଇସ୍ରାଏଲର ଅତର୍କିତ ଆକ୍ରମଣରେ ଲେବାନନର ସାଧାରଣ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଉଦବେଗ ପ୍ରକାଶ କରିବା ପରେ ଇସ୍ରାଏଲ ଆକ୍ରମଣ ପୂର୍ବରୁ ଚେତାବନୀ ଜାରି କରୁଛି। ଯାହା ଫଳରେ ଲୋକମାନେ ସେମାନଙ୍କ ଘରଦ୍ୱାର ଛାଡି ରିଲିଫ ଶିବିରକୁ ଯାଇପାରିବେ।
ଅନ୍ୟପକ୍ଷରେ, ଗାଜାର କମଲ ଆଦୱାନ, ଅଲ-ଆଓଦା ଏବଂ ଇଣ୍ଡୋନେସିଆ ଡାକ୍ତରଖାନାର କର୍ମଚାରୀମାନେ କହିଛନ୍ତି ଯେ ଉତ୍ତରରେ ଥିବା ଜାବାଲିଆକୁ ଆଜିକୁ ୧୩ ଦିନ ହେବ ଘେରାଉ କରି ରହିଥିବାରୁ ସେଠାରେ ଖାଦ୍ୟ ସଙ୍କଟ ସମ୍ଭାବନା ଦେଖାଦେଇଛି।
ଗାଜାର ବେସାମରିକ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲର ଜାବାଲିଆ ଉପରେ ହୋଇଥିବା ବୋମାମାଡ଼ରେ ଧ୍ୱଂସ ହୋଇଥିବା କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଅନେକ ଲୋକଙ୍କ ମୃତଦେହ ଉଦ୍ଧାର କରିବାରେ ସେମାନେ ଅସମର୍ଥ ହୋଇଛନ୍ତି। ଲେବନାନରେ ଜାତିସଂଘ କହିଛି ଯେ ସଦ୍ୟ ଆକ୍ରମଣରେ ଦକ୍ଷିଣ ଲେବାନନରେ ଥିବା ଇସ୍ରାଏଲର ଏକ ଟ୍ୟାଙ୍କରୁ ଏହାର ଶାନ୍ତିରକ୍ଷୀମାନଙ୍କୁ ସିଧାସଳଖ ଏବଂ ଆଖିଦୃଶିଆ ଭାବରେ ଗୁଳି ମାଡ଼ କରାଯାଇଛି।
୨୦୨୩ ଅକ୍ଟୋବର ୭ ତାରିଖରୁ ଗାଜାରେ ଇସ୍ରାଏଲ ଆକ୍ରମଣରେ ୪୨ ହଜାର ୪୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୯ ହଜାର ୨୪୬ ଜଣ ଆହତ ହୋଇଛନ୍ତି। ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଆକ୍ରମଣରେ ଅତି କମରେ ୧ ହଜାର ୧୩୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରି ନିଆଯାଇଥିଲା।

nis-ad
Leave A Reply

Your email address will not be published.