ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ ପାଳନ କଲା ହିଞ୍ଜିଳି ବିଜେଡି

ହିଞ୍ଜିଳିକାଟୁ ୧୬/୧୦ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ପାବନ ଶ୍ରୀକ୍ଷେତ୍ରଠାରେ ବିଜୁ ଜନତା ଦଳ ତରଫରୁ ବିଜେଡି ସୁପ୍ରିମୋ ତଥା ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ୭୯ ତମ ଶୁଭ ଜନ୍ମଦିନ ଅବସରରେ ହିଞ୍ଜିଳିକାଟୁ ପ୍ୟୈରପରିଷଦ ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢି ଙ୍କ ନେତୃତ୍ବରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଦୀପ ଜାଳି ଆରୋଗ୍ୟ କାମନା ସହ ଦୀର୍ଘାୟୁ କାମନା କରିଥିଲେ। ୭୯ ବର୍ଷରେ ପାଦଦେବଲେ ବିକାଶ ପୁରୁଷ ନବୀନ ପଟ୍ଟନାୟକ, ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରିଛି ବିଜେଡି | ଏହି ଅବସରରେ ହିଞ୍ଜିଳିକାଟୁ ପ୍ୟୈରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ବିଧାୟକ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ପଣ୍ଡା, ତରୁଣ କୁମାର ପଣ୍ଡା,ସନତନ ନାହାକ, କାଉନସିଲର ଶ୍ୟାମଘନ ବେହେରା, କାଉନସିଲର ବସନ୍ତ ବେହେରା, ସଞ୍ଜୟ କୁମାର ସ୍ୱାଇଁ, ଜଗନ୍ନାଥ ସାହୁ, ହିଞ୍ଜିଳିକାଟୁ ବ୍ଳକ ବିଜେଡି ସଭାପତି ଦୁର୍ଗାମାଧବ ମହାନ୍ତି ଙ୍କ ସମେତ ସମସ୍ତ ବରିଷ୍ଠ ନେତୃବୃନ୍ଦ, ଯୁବ-ଛାତ୍ର-ମହିଳା ନେତୃବୃନ୍ଦଙ୍କ ସମେତ ଵହୁ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.