ପୁଣି ମଝି ଆକାଶରେ ବୋମା ଆତଙ୍କ, ଆକାଶା ଏୟାର ଓ ଇଣ୍ଡିଗୋ ବିମାନକୁ ମିଳିଛି ବୋମା ଧମକ

ପୁଣି ମଝି ଆକାଶରେ ବୋମା ଆତଙ୍କ ।  ଆଜି ପୁଣି ୨ ବିମାନକୁ ବୋମା ଧମକ ।  ଆକାଶା ଏୟାର ଓ ଇଣ୍ଡିଗୋ ବିମାନକୁ ମିଳିଛି ବୋମା ଧମକ ।  ବେଙ୍ଗାଲୁରୁକୁ ଯାଉଥିବା ଅକାସା ଏୟାର ବିମାନ ଏବଂ ଦିଲ୍ଲୀକୁ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମ ଧମକ ମିଳିଛି । ଧମକ ମିଳିବା ପରେ ଆକାଶା ଏୟାର ଫ୍ଲାଇଟ୍ ଦିଲ୍ଲୀ ଫେରିଥିବା ବେଳେ ମୁମ୍ବାଇ-ଦିଲ୍ଲୀ ଫ୍ଲାଇଟ୍ ଗତପଥ ବଦଳାଇ ଅହମ୍ମଦାବାଦକୁ ଯାଇଥିଲା ।

୩ ଦିନ ଭିତରେ ୧୨ଟି ବିମାନକୁ ବୋମା ଧମକ ମିଳିଲାଣି ।  ଗତକାଲି ଧମକ ପାଇଥିବା ଏୟାର ଇଣ୍ଡିଆ ବିମାନ ସିଙ୍ଗାପୁରରେ ଫାଇଟର ଜେଟ୍ ଏସକର୍ଟ କରିଥିଲେ ।  ସେହି ଦିଲ୍ଲୀରୁ ଚିକାଗୋ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କାନାଡ଼ାର ଏକ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା। ୩ ଦିନରେ ୧୨ ବିମାନକୁ ମିଳିଲାଣି ବୋମା ଧମକ।  ତେବେ ସବୁ ଧମକ ଗୁଜବ ଥିଲା। ବଡ଼ ବଡ଼ ରୁଟ୍ ରେ ଯାଉଥିବା ବିମାନ ଗୁଡ଼ିକୁ ଧମକ ମିଳୁଛି। ବୋମା ଧମକ ବିଭିନ୍ନ ଏୟାର ଲାଇନ୍ସର ନିଦ ହଜାଇ ଦେଲାଣି ।

nis-ad
Leave A Reply

Your email address will not be published.