ମଦ ମାଫିଆଙ୍କ ଆକ୍ରମଣରେ କନଷ୍ଟେବଳ ଆହତ…

ବ୍ରହ୍ମପୁର : ଅବକାରୀ କନଷ୍ଟେବଳଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ମାଫିଆଙ୍କ ଆକ୍ରମଣରେ ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି । ତାଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି । ଖବର ମୁତାବକ, ଗତକାଲି ଭସାଣି ଉତ୍ସବ ପାଇଁ ବ୍ରହ୍ମପୁରରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ହେଲେ କିଛି ମଦ ମାଫିଆ ଟାଉନ ଥାନା ଟେଲିଫୋନ୍ ଭବନ ଛକ ନିକଟରେ ମଦ ବିକ୍ରି କରୁଥିବା ଖବରପାଇ ଅବକାରୀ କନଷ୍ଟେବଳ ସେମାନଙ୍କୁ ରୋକିବାରୁ ତାଙ୍କଉପରେ ଆକ୍ରମଣ କରିଥିଲେ ମାଫିଆ ମାନେ । ଘଟଣା ର କିଛି ନୂତନ ତଥ୍ୟ ମଧ୍ୟ ଶୁଣିବାକୁ ମିଳୁଛି l ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ବର୍ତ୍ତମାନ ମଦର ବନ୍ୟା, ଅବକାରୀ ବିଭାଗ ର କାମ କରୁଛି ପୋଲିସ କଥାରେ ଅଛି ସିଂଘ ଧରୁଛି ଜଣେ କ୍ଷୀର ପିଉଛି ଆଉ ଜଣେ l ପୋଲିସ ଗଭୀରତା କୁ ଯାଇ ଯଦି ତଦନ୍ତ କରେ ତେବେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସହାରର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ଯଦି ସେଠାରେ ଚୋରାରେ ମଦ ବିକ୍ରି ହେଉ ଥିଲା ତେବେ ଉକ୍ତ ଅବକାରୀ ବିଭାଗ କର୍ମଚାରୀ ତାଙ୍କ ବିଭାଗ ଅଫିସର ଙ୍କୁ ଅବଗତ କରାଇବା ଜରୁରୀ ଏବଂ ସ୍ଥାନୀୟ ପୋଲିସ ର ବି ସାହାଯ୍ୟ ନେଇ ପାରି ଥାନ୍ତେ କିନ୍ତୁ ସେ ଫୋଟୋ ଓ ଭିଡ଼ିଓ କରିବାକୁ ଆଗ୍ରହ ପ୍ରକାଶ କଲେ ଯାହାକି ତଦନ୍ତ ସାଫେକ୍ଷ l ସେ ଯାହାବି ହେଉ ବ୍ରହ୍ମପୁର ଟାଉନ ଥାନ ଅଭିଯୋଗ କୁ ଭିତ୍ତି କରି ଘଟଣାରେ ୫ ଜଣଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୁଲିସ ।

nis-ad
Leave A Reply

Your email address will not be published.