କେନାଲରେ ବୁଡ଼ି ୭ ବର୍ଷର ବାଳକର ମୃତ୍ୟୁ

ସାଲେପୁର : କେନାଲରେ ବୁଡ଼ି ଜଣେ ୭ ବର୍ଷ ବାଳକର ମୃତ୍ୟୁ ଘଟିଛି | ଏମିତି ଅଘଟଣ ଘଟିଛି ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମରେ | ଆଜି ସକାଳେ ବାଲିଆପଦା ଗ୍ରାମର ସୁଶାନ୍ତ ସାହୁଙ୍କ ସାତ ବର୍ଷର ପୁଅ ଉମାକାନ୍ତ ସାହୁ ସ୍ଥାନୀୟ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି |

ସ୍ଥାନୀୟ ଲୋକେ ଓ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି କେନାଲ ପାଣିରୁ ଉମାକାନ୍ତକୁ ଉଦ୍ଧାର କରିଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା କରାଇବା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି |

ଏ ସମ୍ପର୍କରେ ତାଙ୍କ ପରିବାର ତରଫରୁ ନେମାଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି | ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି | ପୋଲିସ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇଛି |

nis-ad
Leave A Reply

Your email address will not be published.