ଓଡ଼ିଆ ଯୁବତୀ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲା, ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ ।  ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି । ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ରହିଛି ଓଡ଼ିଶା ପୋଲିସ। ପୀଡ଼ିତାଙ୍କ ପରିବାର ଲୋକ ଦିଲ୍ଲୀ ଯାଉଛନ୍ତି ।  ଜଣେ ପୋଲିସ DSP ମଧ୍ୟ ପରିବାର ଲୋକଙ୍କ ସହ ଦିଲ୍ଲୀ ଯାଉଛନ୍ତି ।

ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ସରକାର। ଗତ ୧୧ ତାରିଖରେ ଦିଲ୍ଲୀ ସରାଇକାଲେଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ୩୪ ବର୍ଷୀୟ ମହିଳା । ଏବେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଦିଲ୍ଲୀରେ ରହୁଛନ୍ତି। ସେ ଜଣେ graduate ଓ nursing course ମଧ୍ୟ କରିଛନ୍ତି ।

nis-ad
Leave A Reply

Your email address will not be published.