ଛତିଆ ନିକଟରେ ବାଇକକୁ ଧକ୍କା ଦେଲା ବସ, ଜଣେ ମୃତ, ଜଳିଗଲା ବସ

ଯାଜପୁର: ଜଳିଗଲା ଚଳନ୍ତା ବସ୍ । ବାଇକ ଚାଳକ ମୃତ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଛତିଆ ନିକଟରେ ଘଟିଛି ଦୁର୍ଘଟଣା । ବସଟି ବାଲେଶ୍ବରରୁ ଭୁବନେଶ୍ବରକୁ ଯାଉଥିବାବେଳେ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ବସରେ ନିଆଁ ଲାଗିଯାଇଥିଲା ।

ତେବେ ବସରେ ଥିବା ୫୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ନିଆଁ ଲାଗିବା ପୂର୍ବରୁ ସମସ୍ତେ ଓହ୍ଲାଇ ପଡିଥିଲେ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଛତିଆ ବିଟ ହାଉସ ପୋଲିସ ପହଁଚି ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.