ମୁଁ ବିଜେଡିରେ ନାହିଁ, ଏବେ ସ୍ବାଧୀନ: ଅମର ଶତପଥୀ

ଭୁବନେଶ୍ବର: ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ବାଧୀନ। ଏଭଳି ଟିପ୍ପଣୀ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅମର ଶତପଥୀ। ସେ କହିଛନ୍ତି, ମୁଁ ବିଜେଡିରେ ନାହିଁ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ।

ଏଣେ ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି, ‘ ଦଳରେ  ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡ଼ି ଚାଲିଯାଆନ୍ତୁ । ସେ  ନିଜ ପୁତୁରାଙ୍କୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି। ଏବେ ନିଜେ ଲାଇନରେ ଅଛନ୍ତି । ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡ଼ିବନି । ବିଜେଡି ତାଙ୍କୁ ପରିଚୟ ଦେଇଛି , ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି, ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ’ ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ଅମର ଶତପଥୀ କହିଥିଲେ ନିଜ ମନର କଥା । କହିଥିଲେ, ଦଳରେ ତାଙ୍କୁ ଅଣଦେଖା କରାଯାଉଛି। ଦଳରେ ସେ ଅଣନିଃଶ୍ୱାସୀ ହୋଇ ଅଛନ୍ତି । ଏହାସହ ଦଳକୁ ନେଇ ଅମର ଅନେକ ଗୁଢ କଥା କହିଥିଲେ । ତେବେ ୨୦୨୪ ନିର୍ବାଚନରେ ଟିକେଟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅମର । ତେବେ ଲେନିନ୍ ତାଙ୍କୁ ଦଳ ଛାଡ଼ି ଚାଲିଯିବାକୁ କହୁଥିବାବେଳେ ଅମରଙ୍କ ଭଳି ଜଣେ ବରିଷ୍ଠ ନେତା ଦଳ ଛାଡ଼ିବାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଏ ପ୍ରସଙ୍ଗରେ ଅମର ଶତପଥୀ କହିଛନ୍ତି, ସେ ସାମୟିକ ଭାବେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛନ୍ତି। ସ୍ଥାନୀୟ ଲୋକ ଓ ଶୁଭେଚ୍ଛୁଙ୍କ ସହ ପରାମର୍ଶ କରିବା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ।

nis-ad
Leave A Reply

Your email address will not be published.