ଭୁବନେଶ୍ବର : ମଣ୍ଡପରୁ ଲୁଟିନେଲେ ମା’ଙ୍କର ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଯାଜପୁର କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି।
ଗତକାଲି ରାତିରେ ଭୋଜିଭାତ ସରିବା ପରେ କମିଟି ସଦସ୍ୟ ଓ ପୂଜକ ମନ୍ଦିର ଭିତରେ ଶୋଇଥିଲେ। ହଠାତ ରାତି ୨ଟା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖିଥିଲେ କମିଟି ସଦସ୍ୟ ଓ ପୂଜକ। ପରେ ଜାଣିବାକୁ ପାଇଥିଲେ ମାଆଙ୍କର ସମସ୍ତ ସୁନା ରୁପାଅଳଙ୍କାର ଲୁଟି ହୋଇଯାଇଛି। ଘଟଣା଼ ସଂପର୍କରେ କୋରାଇ ପୁଲିସକୁ ପୂଜକ ଓ ଶୋଇଥିବା କମିଟି ସଦସ୍ୟ ଜଣାଇଥିଲେ।
ମାଆଙ୍କ ହାର,ମୁକୁଟ, ତ୍ରିଶୂଳ, କାନଫୁଲ, ନାକଫୁଲ ଇତ୍ୟାଦି ସୁନାରୁପା ଗହଣା ପାଖାପାଖି ୧୫ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Sign in
Sign in
Recover your password.
A password will be e-mailed to you.