ଆଗକୁ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ

ଆଗକୁ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ ।  ଏନେଇ ସୂଚାଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ।  ଉତ୍ତର ଲାକ୍ଷାଦ୍ବୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ କିଛି ଦିନରେ ଅବପାତର ରୂପ ନେଇପାରେ ।  ଏହାର ପ୍ରଭାବରେ ଆଗାମୀ ସପ୍ତାହ ଆରମ୍ଭରେ ଦକ୍ଷିଣ ଆରବିଆନ ପେନଜ୍ବାଲାରେ କିଛି ପରିମାଣର ବର୍ଷା ହୋଇପାରେ ବୋଲି ଚେତାଇଛନ୍ତି ନିକୋଲସ ।  ସେହିପରି MJO ଫ୍ୟାକ୍ଟର ଚତୁର୍ଥ ଏବଂ ପଞ୍ଚମ ଫେଜ୍ କୁ ଗତି କରୁଥିବାରୁ ଆଗାମୀ ସପ୍ତାହରେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋବାର ସମ୍ଭାବନା ଥିବା କହିଛନ୍ତି ଜାସନ ।

ଏପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୁଳ ରହିଛି ପାଗ ।  ଆସନ୍ତା ଦୁଇ ଦିନ ମଧ୍ୟରେ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହେବ।  ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ସିକ୍କିମର କିଛି ଅଞ୍ଚଳରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଫେରିବ ମୌସୁମୀ ।  ସେହିଭଳି ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରର ବାକି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ।  ଏହି ସବୁ ରାଜ୍ୟରେ ପୂର୍ବରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା ।  ବାକି ଅଞ୍ଚଳରୁ ମୌସୁମୀ ଫେରିବ।  ମହାରାଷ୍ଟ୍ର ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳରୁ ମଧ୍ୟ ମୌସୁମୀ ଫେରିଯିବ।  ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପୂର୍ବରୁ ପାଗ ଅନୁକୁଳ ନଥିଲା ।  ଏବର୍ଷ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି।

nis-ad
Leave A Reply

Your email address will not be published.