ରାଜଧାନୀରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମୃତକଙ୍କ ନାଁ ମନୋଜ କୁମାର ଗୌଡ଼ । ଘର ତପୋବନ ବସ୍ତି ବୋଲି ସୂଚନା ମିଳିଛି । ମିସ୍ତ୍ରୀ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ମନୋଜ । ଭରତପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ତପୋବନ ଜଙ୍ଗଲରୁ ମିଳିଛି ମୃତଦେହ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ । କିନ୍ତୁ ବିଦ୍ୟୁତ ତାର କୁ ଧରିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ଜଙ୍ଗଲ ଭିତରେ କିନ୍ନର ମାନେ ରାତି ବେଳା ଚଳପ୍ରଚଳ କରୁଥିବାରୁ କେହି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିଥିବା ସନ୍ଦେହ କରାଯାଉଛି । ମନୋଜଙ୍କ ମୃତ୍ୟୁ ଖବର ପାଇ ଶହ ଶହ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଢ ହୋଇଛନ୍ତି । ଭରତପୁର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରୁଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ସୂଚନା ଦେଇଛି ପୋଲିସ ।

nis-ad
Leave A Reply

Your email address will not be published.