ଦୁର୍ଗା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଦୁର୍ଗା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଭୁବନେଶ୍ବର ପାଟଣାସାହି ପୂଜାମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜାମଣ୍ଡପରେ ମାଆଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଛନ୍ତି । ଏହାପରେ ସୁନ୍ଦରପଦା , ବରମୁଣ୍ଡା , ନୟାପଲ୍ଲୀ , ରସୁଲଗଡ଼ , ସହିଦ ନଗର , ବମିଖାଲ , ଲକ୍ଷ୍ମୀ ସାଗର ଓ ଷ୍ଟେସନ ଛକ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ୩ ଘଣ୍ଟା ଧରି ମଣ୍ଡପରୁ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ନବମୀ ଦିନ କଟକର ପୂଜା ମଣ୍ଡପ ବୁଲି କେନ୍ଦୁଝର ଅଭିମୁଖେ ବାହାରିବେ। ଦଶହରାରେ ନିଜ ଜିଲ୍ଲା କେନ୍ଦୁଝରରେ ଦୁର୍ଗା ପୂଜାରେ ସାମିଲ ହେବେ ମୋହନ ମାଝୀ ।

ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ମଣ୍ଡପରୁ ମଣ୍ଡପ ବୁଲୁଛନ୍ତି । ରସୁଲଗଡ଼, ସହିଦ୍ ନଗର ଓ ବଡ଼ଗଡ଼ ଯାଇ ମା’ଙ୍କ ଦର୍ଶନ କରିଛନ୍ତି । ତେବେ ଏହାକୁ ପୂଜା ସମୟରେ ପତିଆରା ଲଢ଼େଇ ବୋଲି କହୁଛନ୍ତି ରାଜନୀତି ସମୀକ୍ଷକ ।

nis-ad
Leave A Reply

Your email address will not be published.