ବିରାଜିତ ମା’: ଆଜି ପୀଠେ ମହାନବମୀ, ମଣ୍ଡପରେ ମହାଅଷ୍ଟମୀ

ଭୁବନେଶ୍ଵର: ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା.ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମଳୁଛି । ଆଜି ମଣ୍ଡପରେ ମା’ଙ୍କର ମହା ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ଚାଲିଛି ମହା ନବମୀ ପୂଜା । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପଗୁଡିକରେ ପ୍ରବଳ ଭିଡ ଲାଗି ରହିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।

ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁ ମାନେ ଉପବାସ ରହି ମା’ଙ୍କୁ ଦର୍ଶନ କରୁଛନ୍ତି । ସୂର୍ଯ୍ୟ ପୂଜା ସହ ସକଳ କର୍ମଶେଷ ପରେ ଷୋଡଶ ଉପଚାରରେ ଦେବୀ ଦୁର୍ଗାଙ୍କ ପୂଜା ହୋଇଛି, ଏହାପରେ ସଂଧିପୂଜା ଆରମ୍ଭ ହେବ । ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ମଣ୍ଡପରେ ନାହିଁ ନଥିବା ଭିଡ ହୋଇଛି । ହାତରେ ପୂଜାଥାଳି ଧରି ଶ୍ରଦ୍ଧାଳୁ ମାନେ ମା’ଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରିଛନ୍ତି । ସହରର ସମସ୍ତ ପୂଜା ମଣ୍ଡପରେ ମହା ଆଡମ୍ବରରେ ମା’ଙ୍କ ଦୁର୍ଗାଷ୍ଟମୀ ପୂଜା କରାଯାଉଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି ।

ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱରର ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । କଟକରେ ସୁନାଚାନ୍ଦିରେ ଝଟକୁଛନ୍ତି ମାଆ । ମୀନା ବଜାର ସାଙ୍ଗକୁ ପୂଜା ପାଇଁ ସବୁଠି ଭିଡ଼ । ରାତି ୧୨ଟା ଯାଏ ରାଜଧାନୀରେ ଭିଡ ଦେଖିବାକୁ ମିଳୁଛି । କଟକ ଠୁ ଆରମ୍ଭ କରି ଭୁବନେଶ୍ବର ଆଉ ରାଉରକେଲା ସବୁଠି ପୂଜା ପାଇଁ ଭିଡ ବଢୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଉଛି । ବିଶେଷକରି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ ।

nis-ad
Leave A Reply

Your email address will not be published.