ମେଢ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସାଧାରଣ ଲୋକଙ୍କ ସହ କରିବେ ମା’ଙ୍କ ଦର୍ଶନ

ଭୁବନେଶ୍ୱର ୧୦/୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଲିବେ ଭୁବନେଶ୍ୱର ଓ କଟକର ବିଭିନ୍ନ ପୂଜା ମଣ୍ଡପ । ମୁଖ୍ୟମନ୍ତ୍ରୀ ତାଙ୍କ ଆଡୁ କହିଥିଲେ ବୁଲିବା ପାଇଁ, ଯେତେତୁ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ତେଣୁ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ । ପୁରୁଣା ପୂଜା ଅନୁଷ୍ଠାନକୁ ଯାଇ ମାଙ୍କ ଦର୍ଶନ କରିବେ ଓ ଲୋକଙ୍କୁ ଭେଟିବେ । ତାସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମଧ୍ୟ ପୂଜା ମଣ୍ଡପ ବୁଲିବେ । 

ଭୁବନେଶ୍ୱର, କଟକ ସହ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ମଣ୍ଡପ ବୁଲି ମା ଦୁର୍ଗାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ମହାଷ୍ଟମୀରେ ଦିନ ୧୧ ଟାରୁ ୨ଟା ୩୦ ଯାଏଁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ସେହିପରି ନବମୀ ୧୨ ତାରିଖ ଦିନ କଟକର ପୂଜା ମଣ୍ଡପ ବୁଲି କେନ୍ଦୁଝର ଅଭିମୁଖେ ବାହାରିବେ । ଦଶହରାରେ ନିଜ ଜିଲ୍ଲା କେନ୍ଦୁଝରରେ ଦୁର୍ଗା ପୂଜାରେ ସାମିଲ ହେବେ . 

ସେପଟେ ପୂଜାକୁ ନେଇ ମା’ଙ୍କୁ ନେଇ ରାଜନୀତି କରାନଯାଉ । ମୁଖ୍ୟମନ୍ତ୍ରୀ ବୁଲିବେ ବିଜେଡି ନେତା ବୁଲନ୍ତୁ କଂଗ୍ରେସ ନେତା ମଧ୍ୟ ବୁଲନ୍ତୁ । ଓଡିଶାର ସାମଗ୍ରିକ ବିକାଶ ପାଇଁ ଆମେ ଚିନ୍ତା କରିବା ରାଜନୀତି ଏମିତି କରିବା ଠିକ ନୁହେଁ । 

nis-ad
Leave A Reply

Your email address will not be published.