ଗୋପବନ୍ଧୁ ଜୟନ୍ତୀ ଅବସରରେ କଟକ ବିଜେଡି ପକ୍ଷରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

କଟକ : ପବିତ୍ର ଗୋପବନ୍ଧୁ ଜୟନ୍ତୀ ଅବସରରେ ଆଜି ବିଜୁ ଜନତା ଦଳ କଟକ ଜିଲ୍ଲା ପକ୍ଷରୁ ସ୍ଥାନୀୟ ସାରଳା ଭବନରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ଦେବି ରଞ୍ଜନ ତ୍ରିପାଠୀ, ସୌ୍ଭିକ ବିଶ୍ୱାଳ ପ୍ରଶାନ୍ତ ବେହେରା, ଜିଲ୍ଲା ପରିଷଦ ସଭାପତି କିଶୋର ମହାନ୍ତି, ଉପାଧ୍ୟକ୍ଷା ସୁଭଦ୍ରା ଦାସ ମଧୁସୂଧନ ସାହୁ, ଡେପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାରେ ରାଜ୍ୟ ସର୍ବାଧିକ ସଦସ୍ୟ ସଂଗ୍ରହ ହେବେ ବୋଲି ଏହି ଅବସରରେ ଦେବାଶିଷ ଆଶା କରିବା ସହିତ ନବୀନଙ୍କ ପ୍ରତି ଏବେବି ଅଗଣିତ ଲୋକଙ୍କ ଭଲ ପାଇବା ରହିଛି। ଆଗାମୀ ଦିନରେ ଦଳକୁ ଅଧିକ ମଜବୁତ କରିବା ସହିତ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.