ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା; କାଲିଠୁ ଟୁଇନ୍‌ ସିଟିରେ ଲାଗୁ ହେବ

କଟକ : ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଲାଗୁ ହେବ ଟ୍ରାଫିକ କଟକଣା। ଆସନ୍ତା କାଲିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୁଲିସ।
କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ସେହିପରି ଭୁବନେଶ୍ୱରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ। ଭୁବନେଶ୍ୱରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡାରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ୱର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଳି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।
କଟକରେ ବି ବିଭିନ୍ ରାସ୍ତା ପାଇଁ ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି।
ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା। ସର୍ବସାଧାରଣଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୁଲିସ।

nis-ad
Leave A Reply

Your email address will not be published.