ମା କଟକ ଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା, ଜମୁଛି ଭକ୍ତଙ୍କ ଭିଡ଼

କଟକ : ଚାଲିଛି ମା କଟକ ଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା । ନବରାତ୍ର ପୂଜାର ଚତୁର୍ଥ ଦିନରେ ମା କଟକ ଚଣ୍ଡୀ ହରଚଣ୍ଡୀ ବେଶରେ ଦର୍ଶନ ଦେଉଛନ୍ତି । ଗତକାଲି ମା ଷୋଡଶୀ ବେଶରେ ଦର୍ଶନ ଦେଇଥିଲେ। ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା କଟକ ଚଣ୍ଡୀଙ୍କ ମନ୍ଦିର ପରିବେଶ । ମାଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ଭକ୍ତ ।

ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଏବେ ଉତ୍ସବ ମୁଖର ।  ଶକ୍ତି ପୀଠରେ ଚାଲିଛି ମାଆଙ୍କର ଶରତକାଳୀନ ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା ।  କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଶାରଦୀୟ ଷୋଡଶ ଉପଚାର ପୂଜାର ବେଶ କ୍ରମ ରେ ଆଜି ମା ମାତଙ୍ଗୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ।  ମା’ଙ୍କ ଆଜିର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପୀଠରେ ମା ଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ।

କଟକ ସହରର ମା କଟକ ଚଣ୍ଡୀ , ମା ଗଡ଼ଚଣ୍ଡୀ , ଚାଉଳିଆଗଞ୍ଜର ଜୟଦୁର୍ଗା , ମଙ୍ଗଳାବାଗର ବାସନ୍ତୀଦୁର୍ଗା ଓ ଝାଞ୍ଜିରୀମଙ୍ଗଳାର ମା ’ ଝାଞ୍ଜିରୀମଙ୍ଗଳା ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ପୀଠରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଛି । ଏଥି ପାଇଁ କଟକର ସମସ୍ତ ଶକ୍ତି ପୀଠ ଏବେ ଚଳଚଞ୍ଚଳ।ପୀଠ ମାନଙ୍କ ରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିବା ସହ ଭକ୍ତ ମାନେ ମା ଙ୍କୁ ଦର୍ଶନ କରି ମାଙ୍କ ଆଶୀର୍ବାଦ ଓ କରୁଣା ଲାଭ କରୁଛନ୍ତି ।

nis-ad
Leave A Reply

Your email address will not be published.