ଭରତପୁର ଘଟଣାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ବର: ଆରମ୍ଭ ହେଲା ରାଜଧାନୀର ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ଏନେଇ ଆରମ୍ଭ ହୋଇଛି ବିଚାର ବିମର୍ଷର ପ୍ରଥମ ବୈଠକ । ଏଥିସହିତ ଏହି ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଭରତପୁର ଘଟଣାରେ ଏପର୍ଯ୍ୟନ୍ତ ପୋଲିସ୍ ହାତକୁ କ’ଣ ଆସିଛି ? ବାସ୍ତବରେ ସେଦିନ ରାତିରେ ଭରତପୁର ଥାନାରେ କ’ଣ ଘଟିଥିଲା ? କିଏ ସତ କହୁଛନ୍ତି? ମେଜର ଓ ତାଙ୍କ ବାନ୍ଧବୀ ନା ପୋଲିସ୍ ? ସବୁର ସତ୍ୟତା ଉପରୁ ପରଦା ହଟାଇବା ପାଇଁ ଆଜି ପୋଲିସ୍ ଡିଜି ଓ ଗୃହ ସଚିବଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ।

ତେବେ ଏହାକୁ ନେଇ କମିଶନଙ୍କ ସଚିବ କହିଛନ୍ତି, ଭରତପୁର ଘଟଣାକୁ ନେଇ ସତ୍ୟପାଠ ଆହ୍ବାନ କରାଯିବ । ସତ୍ୟପାଠ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରାଯିବ । ଆସନ୍ତାକାଲିଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ । ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ । ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ । ସମସ୍ତ ସାକ୍ଷ୍ୟଗ୍ରହଣ ଓ ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସଚିବ ।

ସେପଟେ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୁଲିସ ଅଧିକାରୀଙ୍କୁ ଧରି ପଲିଗ୍ରାଫ ଟେଷ୍ଟ ଆଜି ଗୁଜରାଟ ଯାଇଛି କ୍ରାଇମବ୍ରାଞ୍ଚ ଟିମ୍‌। ଭରତପୁର ଥାନାର ନିଲମ୍ୱିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ। ଏଥିସହ ଅନ୍ୟ ୪ଜଣ ପୁଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରାଯିବ।

nis-ad
Leave A Reply

Your email address will not be published.