ଭଦ୍ରକରେ ସୁଧୁରୁଛି ସ୍ଥିତି, ଆଜି ଲିଜ୍ ଲାଇନ ଇଣ୍ଟରନେଟ ସେବା ଆରମ୍ଭ

ଭଦ୍ରକ : ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗରରେ ଉତ୍ତେଜନା ଘଟଣା ।  ପୋଲିସକୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨୨ ଗିରଫ ।  ଉତ୍ତେଜନା ପରେ ଭଦ୍ରକରେ ସୁଧୁରୁଛି ସ୍ଥିତି ।  ବିବାଦୀୟ ପୋଷ୍ଟ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପରେ ପରିସ୍ଥିତି ଶାନ୍ତ ପଡୁଛି ।  ଧିରେ ଧିରେ ଖୋଲୁଛି ଦୋକାନ ବଜାର ।  ଆଉ ୪୮ ଘଣ୍ଟା ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ।

ଆଜି ଲିଜ୍ ଲାଇନ ଇଣ୍ଟରନେଟ ସେବା ଆରମ୍ଭ ହୋଇଛି ।  ବ୍ୟାଙ୍କ, ପୋଷ୍ଟ ଅଫିସ୍ କାର୍ଯ୍ୟକ୍ଷମ ହେବା ପରେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରୁଛନ୍ତି ଲୋକେ ।  ପୁରୁଣା ବଜାର ଓ ଧାମନଗରରେ ଦିନ ଓ ରାତ୍ରୀକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।  ପୂର୍ବପରି ଧାମନଗର ଓ ପରୁଣା ବଜାର ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିଛି ।

ସାମ୍ଭାବ୍ୟ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଏକ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ଓ ପୁରୁଣାବଜାର ଅଞ୍ଚଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଏକ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୂତୟନ କରାଯାଇଛି ।  ରାପିଡ଼ ଆକ୍ସନ ଫୋର୍ସ ପକ୍ଷରୁ ଦିନ ଓ ରାତିରେ ଦୁଇ ଥର ଫ୍ଲାଗ ମାର୍ଚ୍ଚ କରାଯାଉଛି ।

nis-ad
Leave A Reply

Your email address will not be published.