ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ: ପୋଲିସକୁ ମାଡ଼, ୧୬୩ ଜାରି

ଭଦ୍ରକ: ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା । ପୋଲିସ୍‌ ଉପରକୁ ଉତ୍ତ୍ୟକ୍ତ ଲୋକମାନେ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୩ରୁ ଅଧିକ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଏପରିକି ମାଜିଷ୍ଟ୍ରେଟ୍‌ଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି । ଉତ୍ତେଜନାକୁ ନେଇ ସିନ୍ଥିଆ ଓ ଏହାର ଆଖପାଖ ଅଞ୍ଚଳରେ ବିଏନଏସ୍ ୧୬୩ ଧାରା ଜାରି ହୋଇଛି । ସ୍ଥାନୀୟ ଅଞ୍ଚଳରେ ତୁରନ୍ତ ଦୋକାନବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ସ୍ଥଳରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ସୁରକ୍ଷା ଦୃଷ୍ଟିରୁ ୧୦ ପ୍ଲାଟୁନ୍‌ରୁ ଅଧିକା ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ସୋଶାଲ୍‌ ମିଡ଼ିଆରେ ହୋଇଥିବା ପୋଷ୍ଟକୁ କିଛି ବ୍ୟକ୍ତି ବିରୋଧ କରିଥିଲେ । ଏପରିକି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ । ହେଲେ ସେମାନଙ୍କୁ ଗିରଫ କରାଯାଇନଥିଲା । ଯାହାର ପ୍ରତିବାଦରେ ଆଜି ଅପରାହ୍ନରେ ଶୋଭାଯାତ୍ରା କରାଯାଇଥିଲା । ୫୦ରୁ ଅଧିକ ଲୋକ ଶୋଭାଯାତ୍ରାରେ ଯାଉଥିବା ବେଳେ ସନ୍ଥିଆ ନିକଟରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା । ଶୋଭାଯାତ୍ରା ନକରିବା ପାଇଁ କହିଥିଲା । ହେଲେ ସେମାନେ ରାଜି ହୋଇନଥିଲେ। ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ । ଏହା ପରେ ଘଟଣାଟି ଉଗ୍ର ରୂପ ଧାରଣ କରିଥିଲା ।

ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ସ୍ଥିତି ନିୟଣନ୍ତ୍ରଣ କରିବାକୁ ଯାଇଥିବା ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।  ପୋଲିସ ଓ ତହସିଲଦାରଙ୍କ ଗାଡ଼ି କାଚକୁ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକ ।  ୩ରୁ ଅଧିକ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।  ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍‌ ମୃଦ୍ୟୁ ଲାଠି ଚାର୍ଜ କରିଥିଲା । ଯେଉଁଥିପାଇଁ ଉତ୍ତ୍ୟକ୍ତ ଲୋକମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ ।  ସୁରକ୍ଷା ଦୃଷ୍ଟିରୁ ୧୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତନୟ କରାଯାଇଛି ।

nis-ad
Leave A Reply

Your email address will not be published.