ଦେଶକୁ ମିଳିଲା ୩ଟି ନୂଆ ସୁପର କମ୍ପ୍ୟୁଟର, ମୋଦୀ କଲେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଏବଂ ପାଣିପାଗ ଓ ଜଳବାୟୁ ପାଇଁ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ସିଷ୍ଟମର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ ସୁପର କମ୍ପ୍ୟୁଟର ନିର୍ମାଣ କ୍ଷେତ୍ରରେ ଭାରତ ଏବେ ବିଶ୍ବର ଏକ ଅଗ୍ରଣୀ ଦେଶ । ଦେଶରେ ୨୦୧୫ରେ ନ୍ୟାସନାଲ ସୁପର କମ୍ପ୍ୟୁଟିଂ ମିସନ ଆରମ୍ଭ ହୋଇଥିଲା । ଆମେ ଏଠାରେ ନ ଅଟକି, କ୍ବାଣ୍ଟମ କମ୍ପ୍ୟୁଟି କ୍ଷେତ୍ରରେ ବି ଦେଶ କମ କରୁଛି । ଏ କ୍ଷେତ୍ରରେ ନ୍ୟାସନାଲ କ୍ବାଣ୍ଟମ କମ୍ପ୍ୟୁଟିଂ ମିସନ ସହାୟକ ହେବ । ଟେକନଲୋଜୀ କ୍ଷେତ୍ରରେ ଦେଶର ବିକାଶ ଦେଶର ସାଧାରଣ ଲୋକଙ୍କ ବିକାଶକୁ ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି ।
ଏହି ସୁପର କମ୍ପ୍ୟୁଟର ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ କମ୍ପ୍ୟୁଟର ଅଟନ୍ତି । ସେଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ଜଟିଳ ଗଣନା ସମ୍ପୂର୍ଣ୍ଣ କରିଥାନ୍ତି। ଏକ ସୁପର କମ୍ପ୍ୟୁଟର ଏକାଥରକେ ଏତେ ପରିମାଣର ଡାଟା ପ୍ରୋସେସ୍ କରିପାରେ ଯେ ସାଧାରଣ କମ୍ପ୍ୟୁଟର କଳ୍ପନା ମଧ୍ୟ କରିପାରିବ ନାହିଁ ।

ବୈଜ୍ଞାନିକ ଏବଂ ଗବେଷଣା ଉଦ୍ଦେଶ୍ୟରେ ଏହି ସୁପର କମ୍ପ୍ୟୁଟର ବ୍ୟବହାର କରାଯାଏ ।
ଏହି ୩ଟି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଓ କୋଲକାତାରେ ଲଗାଯିବ। ଏହି କମ୍ପ୍ୟୁଟରଗୁଡ଼ିକରେ ଅତ୍ୟାଧୁନିକ ଅତ୍ୟାଧୁନିକ ହାର୍ଡୱେର୍ ଏବଂ ସଫ୍ଟୱେର ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାର ଅଧିକାଂଶ ଉପାଦାନ ଭାରତରେ ଉତ୍ପାଦନ ଓ ଆସେମ୍ବଲ୍ କରାଯାଇଛି। ଏକ ସୁପର କମ୍ପ୍ୟୁଟର ସେହି କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବ ଯାହା ନିୟମିତ କମ୍ପ୍ୟୁଟର ପାଇଁ ୫୦୦ ବର୍ଷ ସମୟ ନେବ ।

nis-ad
Leave A Reply

Your email address will not be published.