ବହୁ ଚର୍ଚ୍ଚିତ ରୁକସାନା ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି

କଳାହାଣ୍ଡି: ବହୁ ଚର୍ଚ୍ଚିତ ରୁକସାନା ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ । ଆଜି କବର ଖୋଳି ମୃତଦେହ ବାହାର କରି ତଦନ୍ତ ଆରମ୍ଭ କରିବାକୁ ପହଁଚିଥିଲା ଟାଉନ ଥାନା ଓ ସଦର ଥାନା ପୋଲିସ । ହେଲେ ଏହାକୁ ବିରୋଧ କରିଥିଲେ ରୁକସାନାଙ୍କପରିବାର ଲୋକେ । ଏପରିକି କବର ଖୋଲିଲେ ପୋଲିସ ଉପରେ ଓଲଟା କେଶ କରିବେ ବୋଲି କହିଛନ୍ତି ଅଭିନେତ୍ରୀଙ୍କ ମା ।

ଘଟଣାସ୍ଥଳରେ ଏସଡିପିଓ ସୁନାରାମ ହେମ୍ବ୍ରମ ଏବଂ ମାଜିଷ୍ଟ୍ରେଟ ଯୋଗେଶ୍ୱର ସାହୁ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି । ସେପଟେ କବର ଖୋଳିବା ପାଇଁ ସର୍ତ୍ତ ରଖିଛନ୍ତି ରୁକ ସାନାଙ୍କ ଭଉଣୀ । କେସ୍ କୁ ଅନ୍ୟ ରାଜ୍ୟର ଡାକ୍ତରୀ ଦଳ ପରୀକ୍ଷା ଓ ସିବିଆଇ ତଦନ୍ତ କଲେ କବର ଖୋଲିବାକୁ ଅନୁମତି ଦେବୁ ବୋଲି କହିଛନ୍ତି ରୁକ ସାନାଙ୍କ ଭଉଣୀ ।

nis-ad
Leave A Reply

Your email address will not be published.