ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସିଙ୍କ ପୂଜାପାଠ

ଭୁବନେଶ୍ବର: ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ରାଜଧାନୀର ଭରତପୁର ଥାନା । ଆଜି ଥାନାରେ ହୋମ-ଯଜ୍ଞ ସହ ପୂଜାପାଠ କରିଛନ୍ତି ନୂଆ ଆଇଆଇସି ଭାବେ ଯୋଗ ଦେଇଥିବା ଦୀପକ ଖଣ୍ଡାୟତ ରାୟ । ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି ନୂଆ ଆଇଆଇସି ।

ଏ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ, ଥାନାରେ ନୂଆ କରି ଯୋଗଦେଲି, ମାନସିକ ଶାନ୍ତି ପାଇଁ ପୂଜା କରୁଛି ବୋଲି କହିଛନ୍ତି ନୂଆ ଆଇଆଇସି ।

ଅନ୍ୟପଟେ, ଥାନା ପରିସରରୁ ବହୁ ପରିମାଣର ସିସିଟିଭି କ୍ୟାମେରା ଖୋଲା ଯାଇଛି । ଥାନାରେ ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ରହସ୍ୟ ବଢ଼ୁଛି । ତେବେ ଏହା ପୂର୍ବରୁ ଭରତପୁର ଥାନାରେ ଥିଲା ନା ବାହାରୁ ଆସିଛି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ତେବେ ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଯେଉଁ ଘଟଣା ଘଟିଲା ସେତେବେଳେ ସିସିଟିଭି ଥାନାରେ ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ତା’ ହେଲେ ଏହି ସବୁ ସିସିଟିଭି କେଉଁଠୁ ଆସିଲା ସେ ନେଇ ଦ୍ବନ୍ଦ ବଢିବାରେ ଲାଗିଛି ।

nis-ad
Leave A Reply

Your email address will not be published.