ଜରୁରୀକାଳୀନ କାର୍ଯ୍ୟରେ ଯୋଗଦେଲେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତର, ଧର୍ମଘଟ ପ୍ରତ୍ୟାହୃତ

କୋଲକାତା : ପଶ୍ଚିମବଙ୍ଗର ସମସ୍ତ ମେଡିକାଲ କଲେଜରେ କନିଷ୍ଠ ଡାକ୍ତରମାନେ ଜରୁରୀକାଳୀନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ୪୨ ଦିନ ପରେ କନିଷ୍ଠ ଡାକ୍ତରମାନେ ଧର୍ମଘଟ ପ୍ରତ୍ୟାହାର କରିବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଯୋଗ ଦେଇଛନ୍ତି।
ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ସୁରକ୍ଷା ପାଇଁ ରାଜ୍ୟ ସରକାର ୧୦ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଥିଲେ। କନିଷ୍ଠ ଡାକ୍ତରମାନେ ଓପିଡି ସେବାରେ ଯୋଗ ଦେଇ ନାହାନ୍ତି ଏବଂ ନ୍ୟାୟ ପାଇଁ ସେମାନଙ୍କ ଲଢ଼େଇ କୋର୍ଟରେ ଜାରି ରହିବ ବୋଲି ସେମାନେ ଜଣାଇଛନ୍ତି।

nis-ad
Leave A Reply

Your email address will not be published.