ପାକିସ୍ତାନକୁ ନିଜ ଦେଶରେ ମିଳିଲା ଅପମାନ, ଜାତୀୟ ସଙ୍ଗୀତ ଗାନ ସମୟରେ ଠିଆ ହେଲେନି ଆଫଗାନ ରାଜନେତା

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜନେତାଙ୍କୁ କଡା ବିରୋଧ କରିଛି ପାକିସ୍ତାନ । ପାକିସ୍ତାନର ଜାତୀୟ ସଙ୍ଗୀତ ସମୟରେ ଠିଆ ହେବାକୁ ମନା କରିଦେଇଥିବା ଆଫଗାନ ରାଜନେତାଙ୍କ ଏଭଳି କାର୍ଯ୍ୟକୁ ପାକିସ୍ତାନ କଡା ସମାଲୋଚନା କରିଛି । ଆସନରୁ ଉଠିବା ବଦଳରେ ସେମାନେ ଜାତୀୟ ସଙ୍ଗୀତ ବାଜିବା ସମୟରେ ମୋବାଇଲ ଫୋନ୍ ଚଳାଉଥିଲେ । ପେଗମ୍ବର ମୋହମ୍ମଦଙ୍କ ଜନ୍ମଦିବସର ୧୨ ତମ ରବି ଉଲ ଅବ୍ବଲ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଆଫଗାନିସ୍ତାନ ତାଲିବାନ ଦ୍ବାରା ନିଯୁକ୍ତ କାଉନସଲ ଜେନେରାଲ ମୋହିବୁଲ୍ଲାହ ଶାକିର ଓ ତାଙ୍କ ଡେପୁଟି ସାମିଲ ଥିଲେ ।
ପାକିସ୍ତାନ ଜାତୀୟ ସଙ୍ଗୀତ ସମୟରେ ବସି ରହିବା ନିଷ୍ପତ୍ତିକୁ କେବଳ ପାକିସ୍ତାନ ଜନତା ନୁହେଁ ବରଂ ପାକିସ୍ତାନ ସରକାର ମଧ୍ୟ ଏଥିରେ କଡା ପ୍ରତିକ୍ରିୟା ରଖିଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମୁମତାଜ ଜହରା ବଲୋଚ ଏକ ବୟାନ ଜାରି କରି ଏହାକୁ କଡା ନିନ୍ଦା କରିଛନ୍ତି । ଅନ୍ୟପଟେ ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି କି ପାକିସ୍ତାନକୁ ଅସମ୍ମାନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ପାକିସ୍ତାନ ଜାତୀୟ ସଙ୍ଗୀତରେ ସଙ୍ଗୀତ ଥିବାରୁ ସେ ଠିଆ ହୋଇନଥିଲେ । କାରଣ ଆଫଗାନିସ୍ତାନ ଜାତୀୟ ସଙ୍ଗୀତରେ ସଙ୍ଗୀତ ଥିବାରୁ ଏଥିରେ କଟକଣା ଲଗାଯାଇଛି । ଯଦି ପାକିସ୍ତାନ ଜାତୀୟ ସଙ୍ଗୀତ ବିନା ସଙ୍ଗୀତରେ ବାଜିଥାନ୍ତା ତେବେ ସେମାନେ ଠିଆ ହୋଇଥାନ୍ତେ ବୋଲି ସଫେଇ ଦେଇଛି ଆଫଗାନିସ୍ତାନ ।

nis-ad
Leave A Reply

Your email address will not be published.