ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କଲେ ପରିବାର

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତରେ ଏକ ସ୍ପର୍ଶକାତର ଘଟଣା ଘଟିଛି। ଗ୍ରାମ ଉପକଣ୍ଠରେ ଥିବା ଏକ ଟାୱାର ତଳୁ ଜଣେ ୧୦ ବର୍ଷୀୟା ନାବାଳିକାଙ୍କ ଶବ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡଗ ସ୍କୁଆଡ୍ ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି। ଏହି ମାମଲାରେ ସ୍ଥାନୀୟ ଅଞ୍ଚଳର ୩ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।

ଆଜି ସକାଳୁ ନବରଙ୍ଗପୁର ଏଏସପି, ସଡିପିଓ, ଆଇଆଇସି ଓ ତହସିଲଦାର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଡଗ ସ୍କୁଆଡ୍ ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ଏଣେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଘଟଣା ସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

ଅପରପକ୍ଷରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ମା ଘର ଅଧକ୍ଷା କାଦମ୍ବିନୀ ତ୍ରିପାଠୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଅଖିଳ ଭତରା ପ୍ରମୁଖ କଣ୍ଟା ଗାଁରେ ପହଞ୍ଚି ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ନାବାଳିକାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରି ଦୋଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରି ଉଚିତ ଦଣ୍ଡ ଦେବାପାଇଁ ଦାବି କରିଛନ୍ତି। ନଚେତ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେହିପରି ଦୋଷୀଙ୍କୁ ନ ଧରିବା ପର୍ଯ୍ୟନ୍ତ ଶବ ଉଠାଇବାକୁ ଦିଆଯିବନି ବୋଲି ଗ୍ରାମବାସୀ ଦାବି କରି ରାସ୍ତା ଅବରୋଧ କରିଛନ୍ତି।

nis-ad
Leave A Reply

Your email address will not be published.