ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ଆକ୍ରମଣ ଘଟଣା, ଏମ୍ସ ହସ୍ପିଟାଲରେ ଭେଟିଲା ବିଜେଡିର ୫ ଜଣିଆ ପ୍ରତିନିଧି ଦଳ

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲା BJD ଟିମ୍ । ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣା । ଏମ୍ସ ହସ୍ପିଟାଲରେ ଆହତ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡିର ୫ ଜଣିଆ ପ୍ରତିନିଧି ଦଳ । ସେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ନାହାନ୍ତି । ଶରୀରରେ ଅନେକ ସ୍ଥାନରେ ଆଘାତ ହୋଇଛି । ପ୍ରତିରକ୍ଷା ବିଭାଗର ପ୍ରତ୍ୟେକ ଅଫିସରଙ୍କର ଦେଶ ପ୍ରତି ଅନେକ ଅବଦାନ ରହିଛି ।

ତେଣୁ ସେମାନଙ୍କ ଉପରେ ଏଭଳି ବର୍ବରତା ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି ।  ଭେଟିବା ପରେ ପ୍ରତିକ୍ରିୟାରେ କହିଛନ୍ତି ଜଣାପଡୁଛି ସେ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ନାହାନ୍ତି, ଶରୀରରେ ଅନେକ ସ୍ଥାନରେ ଆଘାତ ହୋଇଛି । ମୋହନ ସରକାର ର ସବୁବେଳେ 24 ବର୍ଷ ର ପୂର୍ବ ସରକାର ଉପରେ ଦୋଷ ଲାଦୁଥିବା ବେଳେ ତାଙ୍କର 100 ଦିନ ର ସରକାରରେ ଏଭଳି ସ୍ଥିତି ଗ୍ରହଣୀୟ ନୁହେଁ ।  ପ୍ରତିରକ୍ଷା ବିଭାଗର ପ୍ରତ୍ୟେକ ଅଫିସର ଜଣେ ଜଣେ ଦେଶ ପାଇଁ ଅନେକ ଅବଦାନ ରହିଛି ତେଣୁ ସେମାନଙ୍କ ଉପରେ ଏଭଳି ବର୍ବରତା ଗ୍ରହଣୀୟ ନୁହେଁ ।

nis-ad
Leave A Reply

Your email address will not be published.