ମାଈ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କଲା ବନ ବିଭାଗ, ବଣାଇ ବନଖଣ୍ଡରେ ଦୀର୍ଘ ଦିନ ହେବ କରୁଥିଲା ଆତଙ୍କ

ବଣାଇ : ମାଈ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କଲା ବନ ବିଭାଗ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର କୋଇଡା ରେଞ୍ଜର ଜାମଢ଼ି ସେକ୍ସନର ତୋଡା ଜଙ୍ଗଲରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କଲା ବନ ବିଭାଗ । ଦୀର୍ଘ ଦିନ ହେବ ଏକ ଦନ୍ତାହାତୀ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିଲା । ଲୋକଙ୍କୁ ଆକ୍ରମଣ ମଧ୍ୟ କରି ଆସୁଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିଲେ । ହାତୀକୁ ସ୍ଥାନାନ୍ତରିତ କରିବା ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ଗ୍ରାମବାସୀ ।

ତେବେ ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅଧୀନ ତୋଡା ଫରେଷ୍ଟ ଅଞ୍ଚଳରେ ଆଜି ଦନ୍ତା ହାତୀକୁ ଟ୍ରାଂକୁଲାଇଜ କରା ଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ଟିମ୍‌ରେ ୬୦ ଜଣ ଅଧିକାରୀ ଓ କର୍ମଚାରୀ ତୋଡା ଫରେଷ୍ଟ ଅଞ୍ଚଳରେ ପହଞ୍ଚିଥିଲେ। ପ୍ରାୟ ୫ ଘଣ୍ଟା କାଳ ହାତୀର ଗତିବିଧି ନିରୀକ୍ଷଣ କରିବା ପରେ ତାହାକୁ ଟ୍ରାଙ୍କୁଲାଇଜ କରିଥିଲେ କର୍ମଚାରୀ । ବଣେଇ ଡିଏଫଓ ଲଳିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ବଣେଇ ଏସିଏଫ୍, ଫରେଷ୍ଟର , ରେଞ୍ଜର, ଢେଙ୍କାନାଳ ଓ ରାଉରକେଲାରୁ ଏକ ଟିମ୍ ଏକତ୍ରିତ ହୋଇ ହାତୀକୁ ଟ୍ରାଙ୍କୁ ଲାଇଜ୍ କରି ରେଡିଓକୁଲାର କରାଯାଇଛି।

nis-ad
Leave A Reply

Your email address will not be published.