ଆସିକା ବିଧାୟକଙ୍କୁ ବରଖାସ୍ତ ପାଇଁ ରାଜ୍ୟ ପାଳଙ୍କ ଉଦେଶ୍ୟରେ ସରପଞ୍ଚ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ…..

ପୁଣି ଚର୍ଚ୍ଚା ରେ ସରୋଜ ପାଢ଼ୀ ସରପଞ୍ଚ ମାନଙ୍କ ସହ ପଙ୍ଗା ଭାରି ପଡିଲା…


ଭୁବନେଶ୍ୱର:୧୮-୯ ମେଳି ବାନ୍ଧି ଗଞ୍ଜାମ ସରପଞ୍ଚ ସଂଘ ରାଜରାସ୍ତା କୁ ଓହ୍ଲାଇ ଲେ ଆସିକା ବିଧାୟକ ଙ୍କ କୁସପୁତ୍ତଳିକା ବି ଦାହ କରିଲେ। ବିଧାୟକ ଙ୍କ ବାଲି ଗୁତା ଧାରୀଙ୍କ ଠାରୁ ମାସିକ ବଟି ମାଗିବା ଅଡିଓ ଭାଇରଲ ଘଟଣା ହାଟରୁ ଯାଇ ବାଟରେ ଗଡୁଥିବା କୁ ନେଇ ଏବେ ଦୁର୍ନୀତି ନିବାରଣ ବିଭାଗ ଏହାର ତଦନ୍ତ କରୁଛି l ଆସିକା ବିଧାୟକ ଔଷଧ ବିକଳ ରେ ତାଟିଆ କାମୁଡି ବା ପରି ସରପଞ୍ଚ ମାନଙ୍କୁ ନେଇ ଭିତ୍ତି ହୀନ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ଆଜି ସହ ସହ ସରପଞ୍ଚ ଆସିକା ବିଜୁପଟ୍ଟନାୟକ ଛକ ଠାରେ ମେଳି ବାନ୍ଧି ବିଧାୟକ ସରୋଜ ପାଢ଼ୀ ସରପଞ୍ଚ ମାନଙ୍କ ବିରୋଧ ରେ ଦେଇ ଥିବା ମନ୍ତବ୍ୟ କୁ ଫେରସ୍ତ ନେବାକୁ ଦାବୀ କରିଥିଲେ।ଗତ କିଛି ଦିନ ତଳେ ସରୋଜ ପାଢ଼ୀ ଗତ ବିଜେଡ଼ି ସରକାର ସମୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଏ ଦୁର୍ନୀତି ରେ ସରପଞ୍ଚ ମାନେ ସାମିଲ ଥିବା ନେଇ ମତ ବ୍ୟକ୍ତ କରିଥିଲେ। ଆସିକା ବିଧାନସଭା ର ଯଦି ସରପଞ୍ଚ ମାନଙ୍କ ଦୁର୍ନୀତି ସମ୍ପର୍କ ରେ ତଦନ୍ତ କରିଲେ ଶହେ ସରପଞ୍ଚ ଗିରଫ ହେବେ ବୋଲି ମଧ୍ୟ କହିଥିଲେ। ଏହାକୁ ତୀବ୍ର ବିରୋଧ କରି ଆଜି ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘର ଆହ୍ୱାନ ରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସହ ସହ ସରପଞ୍ଚ ଆଜି ପୂର୍ବରୁ ନିର୍ଦ୍ଧାରିତ ତାରିଖ ଅନୁଯାଇ ଆଜି ଆସିକା ରେ ମେଳି ବାନ୍ଧିଥିଲେ। ସରପଞ୍ଚ ମାନଙ୍କ ମେଳି ବାନ୍ଧିବାର ଦେଖି ପୋଲିସ ପ୍ରଶାସନ ସଜାଗ ହୋଇ ବିଧାୟକ ଙ୍କ ଗୃହ ରାସ୍ତା ଦେଇ ଯିବାକୁ ବାରଣ କରିଥିଲା। ଶେଷରେ ସରପଞ୍ଚ ମାନେ ଜିଦ କରିବାରୁ ପୋଲିସ ପଛ ଗୁଞ୍ଛା ଦେଇଥିଲେ। ସରପଞ୍ଚ ଙ୍କ ଜିଦ ଆଗରେ ପ୍ରଶାସନ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲା। ନିଜେ ବିଧାୟକ ବାଲି ବ୍ୟବସାୟୀ ମାନଙ୍କୁ ମାସିଆରି ବଟି ମାଗୁଥିବା ଅଡିଓ ଭାଇରଲ ହୋଇ ବଦନାମ ହେବା ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପୂର୍ବରୁ ବିଜେଡ଼ି ଦଳ ଦେଇଛି। ନିଜେ ଠିକାଦାର,ଅଫିସର, ବ୍ୟବସାୟୀ ମାନଙ୍କୁ ବିଭିନ୍ନ ଧମକ ଦେଇ ବଟି ବିଧାୟକ ବୋଲି ଚର୍ଚ୍ଚା ରେ ଥିବା ବିଧାୟକ ଆମକୁ ଚୋର କହିବା କେତେ ଦୂର ଠିକ ବୋଲି ସରପଞ୍ଚ ମାନେ କହିଥିଲେ। ସରୋଜ ପାଢ଼ୀଙ୍କ କୁସପୁତ୍ତଳିକା ଦାହ କରିବା ସହ ବିଧାୟକ ପଦ ରଦ୍ଧ କରିବାକୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଆସିକା ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି। ବିଧାୟକ କହିଥିବା ବକ୍ତବ୍ୟ ଯଦି ୱାପସ ନନେବେ କ୍ଷମା ନ ମାଗିଲେ ରାଜ୍ୟସାରା ଆନ୍ଦୋଳନ କୁ ଜୋର ଦାର କରାଯିବ ବୋଲି ସରପଞ୍ଚ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

nis-ad
Leave A Reply

Your email address will not be published.