ସମରଝୋଳ ଗ୍ରାମରେ ବାରାହା ଉପଦ୍ରବ, ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି

ହିଞ୍ଜିଳିକାଟୁ ୧୭/୯ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଳ ଗ୍ରାମରେ ବାରାହା ସନ୍ଧ୍ୟା ହେଲେ ବ୍ୟାପକ କ୍ଷୟକ୍ଷତି କରିଛି ଓ ଘର ବାରିପଟରେ ଦଳ ଦଳ ହୋଇ ବୁଲୁଛନ୍ତି । ଗତକାଲି ରାତି ସମୟରେ ସମରଝୋଳ ଗ୍ରାମ ଭିତରେ ପଶି ଖାଉଥିବା ସହ ବାରାହା ଉତ୍ପାତ ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଆଜି ସକାଳେ ଏ ସମ୍ପର୍କରେ ଜାଣିବାପରେ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି l ଯାହା ସମରଝୋଳ ଗ୍ରାମରେ ଲୋକଙ୍କ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହେଇଛି l ବହୁ ସମୟ ଧରି ରାତିରେ ଲୋକେ ଯିବା ବାଟରେ ସେମାନଙ୍କୁ ଉପରକୁ ଯାଉଛନ୍ତି।ଫଳରେ‌ ସନ୍ଧ୍ୟାରେ ଯିବାଆସିବା କରିବାକୁ ସୁରକ୍ଷା ମଣୁନାହାନ୍ତି।ଧାରକରଜ କରି ଚାଷ କରିଥିବା ବେଳେ ଅମଳ ପୃବରୁ ଵାରାହା ଉଜାଡି ଦେଇଥିବାରୁ ଋଣ କିପରି ପରିଶୋଧ କରିବେ ଚିନ୍ତାରେ ପଡ଼ିଛନ୍ତି ଓ କୋକୁଆ ଭୟ ଦେଖାଦେଇଛି।ଏହି ଵାରାହା ପଲକୁ ଶୀଘ୍ର ଏ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରମୋଦ ଗୈାଡ, ଗଣେଶ ଗୈାଡ,ମୁନା ଡାକୁଆ,ଏନ୍ ଜୟନ୍ତ, ଟୁକୁନା ଗୈାଡ ଓ ସମରଝୋଳ କମିଟି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ସହ ଅଞ୍ଚଳବାସୀ ତୁରନ୍ତ ବାରାହା ଘଉଡାଇବାକୁ ଦାବୀ କରିଛନ୍ତି l

nis-ad
Leave A Reply

Your email address will not be published.