ବିପଦ ସଙ୍କେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା

ଜଳେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଢୁଛି ସୁବର୍ଣ୍ଣରେଖା ଏବଂ ଜଳକା ନଦୀର ଜଳସ୍ତର । ଜଳେଶ୍ବର ବ୍ଲକ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ସଂଧ୍ଯା ୫ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୭୯ ମିଟରରେ ପ୍ରବାହିତ ହେଉଛି  । ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକରେ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ଯା ପାଣି ପ୍ରବେଶ କରିଛି । ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ଗାଁ ଏବେ ପାଣି ଘେରରେ ରହିଛି  ।

ସୁବର୍ଣ୍ଣରେଖା ନଦୀର ବନ୍ଯା ପାଣି ଅନେକ ଗାଁ ଭିତରେ ପ୍ରବେଶ କରିଥିବାରୁ ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୋଗରାଇ ବ୍ଲକର ରସଲପୁର ଏବଂ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତର ଚୌଧୁରୀକୁଦ ଚଟାଣ ଉପରେ ୩ ଫୁଟର ବନ୍ଯା ପାଣି ପ୍ରବାହିତ ହେବା ଯୋଗୁଁ ଲୋକ ମାନେ ଡଙ୍ଗାରେ ଯାତାୟତ କରୁଛନ୍ତି । ବାଲିଆପାଳ ବ୍ଲକର ଚୌଧୁରୀକୁଦ ଚଟାଣ ଏବଂ କୁଦମାନସିଂ ମୁଖ୍ଯ ରାସ୍ତା ଉପରେ ୩ ଫୁଟର ବନ୍ଯା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଲୋକ ମାନେ ଡଙ୍ଗାରେ ଯାତାୟତ କରୁଛନ୍ତି  । ଏପଟେ ଭୋଗରାଇ ବ୍ଲକ ରସଲପୁର ଗାଁରେ ସ୍କୁଲ ହତା ଭିତରେ ପଶିଛି ବନ୍ୟା ପାଣି  ।

ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଅନ୍ଯପଟେ ଜଳକା ନଦୀର ଜଳସ୍ତର ମଧ୍ଯ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ସଂଧ୍ଯା ୫ଟା ସୁଦ୍ଧା ୬.୭୫ ମିଟରରେ ଜଳସ୍ତର ପ୍ରବାହିତ ହେଉଛି  । ଯାହା ଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ର ହଜାର ହଜାର ହେକ୍ଟର ଚାଷଜମି ରେ ଲହଡି ମାରୁଛି ବନ୍ଯା ପାଣି  । ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୁର ବିକାଶ ବନ୍ଯାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିଛନ୍ତି । କିଭଳି ବନ୍ଯା ପରିସ୍ଥିତିକୁ ମୁକାବିଲା କରାଯାଇ ପାରିବ ସେନେଇ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କ ସହ ଆଲୋଚନା କରିଛନ୍ତି  ।

nis-ad
Leave A Reply

Your email address will not be published.