ନାବାଳିକା ଅସଦାଚରଣ : ଅଭିଯୁକ୍ତକୁ ଏକ ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ : ଆଜି ଏକ ନାବାଳିକା ଅସଦାଚରଣ ମାମଲାର ବିଚାରଣା କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ, ମାମଲାର ସାକ୍ଷ୍ୟ, ପ୍ରମାଣ ଏବଂ ପିଡିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ,ସୁଦୟା ପ୍ରଧାନକୁ ଦୋଷୀ ସାବ୍ୟସ୍ତକରି ତାକୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାକୁ ଆଉ ଦୁଇ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ଏଥି ସହିତ କ୍ଷତି ପୁରଣ ବାବଦକୁ ପିଡିତାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ବିଚାରପତି ନିଦେ୍ର୍ଧଶ ଦେଇଥିବା ନେଇ ଜଣାପଡିଛି । ସୂଚନା ଅନୁସାରେ ଗତ ୨୦୧୯ ମସିହା ଅଗଷ୍ଟ ମାସ ୧୮ ତାରିଖରେ ପିଡିତାଙ୍କ ପରିବାର ପକ୍ଷରୁ ଫୁଲବାଣୀ ସଦରଥାନାରେ ଏକ ନାବାଳିକା ଅସଦାଚରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ସଦରଥାନା ପୋଲିସ ଏକ ମାମଲା ୫୧/୨୦୧୯ ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାର ବିଚାରଣା କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ମାମଲାକୁ ପିଡିତାଙ୍କ ତରଫରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ପିପି ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ ।

nis-ad
Leave A Reply

Your email address will not be published.