ବିଦେଶୀ ମଦ ଦୋକାନରେ ଚଢ଼ାଉ, ଭଙ୍ଗା ଗଲା ହଜାର ହଜାର ଲିଟର ଅପମିଶ୍ରିତ ମଦ

ଭୁବନେଶ୍ବର : ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗ ଚଢ଼ାଉ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ ଥିବା ଏକ ମଦ ଦୋକାନରେ ଚଢଉ କରିଛି ଅବକାରୀ ବିଭାଗ । JCB ମେସିନ ସାହାଯ୍ୟରେ ଭଙ୍ଗା ଗଲା ହଜାର ହଜାର ଲିଟର ମଦ ବୋତଲ। ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ବିଦେଶୀ ମଦରେ ପାଣି ମିଶାଇ ବିକ୍ରି କରୁଥିଲେ ମଦ ଦୋକାନୀ ।

ସେଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ମଦ ଜବତ କରିଛି ଅବକାରୀ ବିଭାଗ । ଅବକାରୀ କମିସନର ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ।  ଯେଉଁମାନେ ଅପମିଶ୍ରିତ ମଦ କାର୍ଯ୍ଯରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୋଧିରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏନେଇ ଅବକାରୀ କମିସନର ଚେତାବନୀ ଦେଇଛନ୍ତି । ସବୁ ମଦ ଜବତ କରାଯାଇ ଏହାର ଟେଷ୍ଟ ପାଇଁ ଲାବକୁ ପଠାଯିବ । ଏହି ମଦ କାଉଣ୍ଟରର ଲାଇସେନ୍ସ ରଦ୍ଦ କରାଯିବା ବୋଲି କହିଛନ୍ତି ଅବକାରୀ କମିସନର ।

nis-ad
Leave A Reply

Your email address will not be published.