ଭରତପୁର ଥାନାରେ ମେଜରଙ୍କ ଉନ୍ମତ୍ତକାଣ୍ଡ, ନିଶାଶକ୍ତ ଅବସ୍ଥାରେ ପୋଲିସ କର୍ମଚାରୀଙ୍କୁ କଲେ ଆକ୍ରମଣ

ଭୁବନେଶ୍ୱର : ଭରତପୁର ଥାନାରେ ମେଜରଙ୍କ ଉନ୍ମତ୍ତକାଣ୍ଡ । ନିଶାଶକ୍ତ ଅବସ୍ଥାରେ ଥାନାରେ ପଶି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କଲେ ୨୨ ଶିଖ ରେଜିମେଣ୍ଟ କୋଲକାତାର ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ।  ଆକ୍ରମଣ ସମୟରେ ଉଭୟ ପ୍ରଚୁର ମଦ୍ୟପାନ କରିଥିବାର ସୂଚନା ମିଳିଛି ।

ସୂଚନା ଅନୁସାରେ ଆଜି ସକାଳୁ ଭରତପୁର ଥାନାରେ ପଶି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତ କାଣ୍ଡ ମଚାଇଥିଲେ ।  କୋଲକତା ରେଜିମେଣ୍ଟର ମେଜର ଗୁରୁବନ୍ତ ସିଂ ଏବଂ ତାଙ୍କ ବାନ୍ଧବୀ ଥାନାରେ ଥିବା ୨ଜଣ ସବଇନସ୍ପେକ୍ଟର ଜଣେ ମହିଳା କନେଷ୍ଟବଳ ଏବଂ୨ ଜଣ କନେଷ୍ଟବଳଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ।  ଗଣ୍ଡଗୋଳ ସମୟରେ ଉଭୟ ପ୍ରବଳ ମଦ୍ୟପାନ କରିଥିଲେ ।  ମେଜର ଆସିଥିବା ଗାଡି ଭିତରେ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି । ଉଭୟ ଥାନା ଭିତରେ ପଶି ପୋଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।  ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଡାକ୍ତରୀ ମାଇନା ପାଇଁ ପଠାଇଛି ।

nis-ad
Leave A Reply

Your email address will not be published.