ସରକାରୀ ଉଚ୍ଚବିଦ୍ୟାଳୟରେ ବିଶ୍ବ ହିନ୍ଦୀ ଦିବସ ପାଳିତ

ମାଲକାନଗିରି : ଆଜି ମାଲକାନଗିରି ସଦର ମହକୁମାରେ ଅବସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ, ବରିଷ୍ଠ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡାଙ୍କ ତତ୍ବାବଧାନରେ, ‘ବିଶ୍ବ ହିନ୍ଦୀ ଦିବସ’ ପାଳିତ ହୋଇଯାଇଛି। ‘କାର୍ଯ୍ୟକ୍ରମ ର ଶୁଭାରମ୍ଭ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ ସହିତ ଆରମ୍ଭ କରାଯାଇଥିଲା। ଉକ୍ତ ସମାରୋହରେ ବରିଷ୍ଠ ସାମ୍ବାଦିକ ଏବଂ ଶିକ୍ଷାବିତ୍ ଶିବ ପ୍ରସାଦ କୀର୍ତ୍ତନିୟା ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗଦେଇ, ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ଭାରତ ତଥା ସମଗ୍ର ବିଶ୍ବରେ, ଭାରତର ରାଜଭାଷା ହିନ୍ଦୀର ମହତ୍ତ୍ଵ ବିଷୟରେ ଅବଗତ କରାଇବା ସଙ୍ଗେସଙ୍ଗେ, ସମସ୍ତେ ମାତୃଭାଷା ଓଡ଼ିଆ ସହିତ ହିନ୍ଦୀ ଭାଷାକୁ ମଧ୍ୟ ସମାନ ଗୁରୁତ୍ଵର ସହିତ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା ସାଏ ଏବଂ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡା, ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୀ ଭାଷା ଭାରତର ଏକତା ଓ ଅଖଣ୍ଡତା ପାଇଁ କାହିଁକି ଅପରିହାର୍ଯ୍ୟ ଏହା ବର୍ଣ୍ଣନା କରିଥିଲେ ଏବଂ କର୍ମକ୍ଷେତ୍ରରେ ହିନ୍ଦୀ ଭାଷାର ବିଭିନ୍ନ ଉପଯୋଗୀତା ବିଷୟରେ ମଧ୍ୟ ଆଲୋକପାତ କରିଥଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ହିନ୍ଦୀ ଦିବସ ଉପରେ ବକ୍ତୃତା ପ୍ରଦାନ କରାଯାଇଥିଲା ଏବଂ ହିନ୍ଦୀ ଭାଷାରେ କବିତା ପାଠ ସହିତ, ଦେଶାତ୍ମବୋଧକ ସଙ୍ଗୀତ ସହିତ ନୃତ୍ୟ ପରିବେଷଣ କରିଥଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ଦିପ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯଥାକ୍ରମେ ଦୁର୍ଗାମାଧବ ପାଢ଼ୀ,ଅନିମା ମାହାନ୍ତି, ଚିରଞ୍ଜିବ ପଣ୍ଡା, ମମତା ନାୟକ,ମାନସ ସେନାପତି, ନମିତା ଚାଲାଣ, ପ୍ରିୟମ୍ବଦା ବିଶ୍ବାଳ, ରଞ୍ଜିତ ସେନାପତି, ଶୁଭଶ୍ରୀ ସେନାପତି ଏବଂ ଜସମିତା ଖଣ୍ଡପାଣ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.