ନବରଙ୍ଗପୁର // ଉମରକୋଟ :-(୧୩/୦୯/୨୦୨୪) କେନ୍ଦ୍ର ତଥା ରାଜ୍ୟ ସରକାର ଉପାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ ମଞ୍ଜୁର କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ କୋହଳ ମନୋବୃତ୍ତି ଯୋଗୁଁ ଯୋଜନା ଫଳ ପ୍ରଦ ହୋଇ ନ ପାରି ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଶିକାର ହେଉଛନ୍ତି ଯାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ସଦର ମହକୁମା ଠାରେ।
ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲାର ଉମରକୋଟ ରୁ ସୀମାନ୍ତ କୁନ୍ଦେଇ ତଥା ଛତିଶଗଡ଼ ର ରାୟପୁର କୁ ସଂଯୋଗ କରୁଥିବା ୪୦ ନଂ ରାଜ୍ୟ ରାଜପଥ ଉପରେ ପ୍ରତି ଦିନ ଓ ରାତ୍ର ଅନବରତ ଭାବେ ଶହ ଶହ ସଂଖ୍ୟକ ଛୋଟ ବଡ଼ ଗାଡିମଟର, ଜନସାଧାରଣ ଚଳପ୍ରଚଳ କରୁଥିବା ବେଳେ ଏହି ରାସ୍ତାର ରାଇଘର ଧଡ୍ରାପାରା ସାପ୍ତାହିକ ମାଛ ବଜାର ଛକ ସନ୍ନିକଟ ବିଦେଶୀ ମଦ ଦୋକାନ ଆଗରେ ଥିବା ଏକ କଲଭର୍ଟ ର ଗୋଟିଏ ପାଖ ଦବି ଯାଇଥିବା ବେଳେ ଅନ୍ୟ ପାଖରେ ଗର୍ତ୍ତ ସୃଷ୍ଟି ହୋଇଛି। ଯାହାକି କେତେ ବେଳେ କେଉଁ ମୁହୂର୍ତ୍ତରେ ପଥଚାରି ବିପଦରେ ପଡ଼ି ପାରେ ତାହା କହି ହେବ ନାହିଁ। ଏହି ସ୍ଥାନରେ ମଧ୍ୟ ବିଗତ କେତେ ମାସ ତଳେ ମଧ୍ୟ ଗର୍ତ୍ତ ସୃଷ୍ଟି ହୋଇଥିଲା, ପ୍ରଶାସନ ପକ୍ଷରୁ କଲଭର୍ଟ ର ନବକଳେବର କରାଯାଇଥିଲା, କିନ୍ତୁ ଫଳ ଶୂନ। ପୁନର୍ବାର ସେଠାରେ ଗର୍ତ୍ତ ସୃଷ୍ଟି ହୋଇଛି, ଅପରପକ୍ଷେ କଲଭର୍ଟ ର ମାତ୍ର କେଇ ମିଟର ଦୂରରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଥିବା ବେଳେ ମଦ୍ୟପ ମାନେ ଉକ୍ତ ଗର୍ତ୍ତ ରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା କୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଘଟଣାକୁ ଗୁରୁତ୍ତ୍ଵ ଦେଇ ଜନସାଧାରଣ ଙ୍କ ସାମୁହିକ ସମସ୍ୟାକୁ ଯୁଦ୍ଧ କାଳୀନ ଭିତ୍ତିରେ ସମାଧାନ କରିବାକୁ ସ୍ଥାନୀୟ ରାଇଘର ର ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି।
Sign in
Sign in
Recover your password.
A password will be e-mailed to you.