ରାଷ୍ଟ୍ରୀୟ ଶିଳ୍ପକୁ ଘରୋଇ ମାଲିକାନା ହାତକୁ ବିକ୍ରି କରିଦେବା ବିକାଶ ନୁହଁ : ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ମୁଖ୍ୟ ବାଣିଜ୍ୟ କାରବାର କେନ୍ଦ୍ର ଗୋପାଳପୁର ବନ୍ଦରକୁ ବର୍ତମାନର ବିଜେପି ସରକାର ଅଦାନୀ କମ୍ପାନୀ ହାତକୁ ଟେକିଦେବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ନିନ୍ଦା କରିଛି l ଲୁହାପଥର, କୋଇଲା, ଚୂନପଥର ଓ ଆଲୁମିନା ପରିବହନ କରୁଥିବା ଗୋପାଳପୁର ପୋର୍ଟ ଦେଶର ଏକ ପ୍ରମୁଖ ରାଷ୍ଟ୍ରୀୟ ଅନୁଷ୍ଠାନ l ଦେଶବାସୀଙ୍କ ଟିକସରୁ ଏକଦା ଗଢି ଉଠିଥିବା ଏହି ବାଣିଜ୍ୟ କାରବାର କେନ୍ଦ୍ରକୁ ଘରୋଇ କମ୍ପାନୀ ଆଦାନୀ ଗୃପକୁ ବିକ୍ରି କରିଛି ଓଡିଶା ରାଜ୍ୟ ସରକାର l ପୋର୍ଟର ୯୫ପ୍ରତିଶତ ଅଂଶଧନ ଅର୍ଥାତ ୩ ହଜାର ୮୦କୋଟି ଟଙ୍କାର ଅଂଶଧନ ଆଦାନୀ କ୍ରୟ କରିଛି l ସୂଚନାଯୋଗ୍ୟ ଯେ, ଗତ ୨୦୦୬ମସିହା ପର୍ଯ୍ୟନ୍ତ ଏହି ସଂସ୍ଥାକୁ ଓଡିଶା ରାଜ୍ୟ ସରକାର ଚଳାଉଥିଲା l ଏହି ୧୮ବର୍ଷ ମଧ୍ୟରେ ୫ଥର ମାଲିକାନା ପରିବର୍ତ୍ତନ କରି ଗୋପାଳପୁର ପୋର୍ଟକୁ କେବଳ ଲୁଟିବାର ପନ୍ଥା ଭାବେ ବ୍ୟବହାର ହୋଇଚାଲିଛି l ୨୦୦୬ ରେ ନୋବେଲ ଓ ସାରା କମ୍ପାନୀ,୨୦୧୧ରେ ଜିନ୍ଦଲ କମ୍ପାନୀ ସହ ଓ ୨୦୧୭ରେ ସାପୁର ଜୀ ପାଲୋନ ଜୀ କମ୍ପାନୀ ସହ ଓଡିଶା ଷ୍ଟିଭେଲେର୍ସ ଲିମିଟେଡ଼ ସହଭାଗିତା ମାଧ୍ୟମରେ ଚଳାଉଥିଲା l ଜିଲ୍ଲା ବାସୀଙ୍କ ମଙ୍ଗଳ ପାଇଁ ପୂର୍ବ ରାଜ୍ୟ ସରକାର ଭଳି ବର୍ତମାନର ନୂତନ ବିଜେପି ସରକାରଙ୍କ ପାଖରେ ବି କୌଣସି ନିଜସ୍ୱ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଆଗ୍ରହ ନଥିବା ଏଥିରୁ ସ୍ପଷ୍ଟ ପ୍ରମାଣ ମିଳିଛି l କେବଳ କମିଶନ ଏଜେଣ୍ଟ ଭାବେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ରାଷ୍ଟ୍ରୀୟ ଅନୁଷ୍ଠାନ ଗୁଡିକୁ ବିକ୍ରି କରୁଛନ୍ତି l ନିଜର ସରକାରୀ କଳ ବା ଶିଳ୍ପ ଓ ବାଣିଜ୍ୟ ବିଭାଗ ଅଧୀନରେ ଗୋପାଳପୁର ପୋର୍ଟ ପରିଚାଳନା କରିବା ଭଳି ଦକ୍ଷତା ନ ଥିବା ଓ ସରକାରଙ୍କ ଆଦାନୀ କମ୍ପାନୀ ପ୍ରୀତିକୁ ଚରିତାର୍ଥ କରିବା ଉଧେଶ୍ୟରେ ସବୁଦିନ ପାଇଁ ପୋର୍ଟକୁ ବିକ୍ରି କରିଦିଆଯାଇଛି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଅଭିଯୋଗ କରିଛନ୍ତି l

nis-ad
Leave A Reply

Your email address will not be published.