ବାଲି ବ୍ୟବସାୟ କୁ ନେଇ ଗଞ୍ଜାମ ଜିଲ୍ଲାରେ ଗୋଷ୍ଟି କନ୍ଦଳ ବଢୁଛି:ମୁଣ୍ଡ ଗଡ଼ିବା ସମ୍ଭାବନା ଅନେକ..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି ମାଫିଆ ମାନେ ବିଭିନ୍ନ ଗୋଷ୍ଟି ରେ ସାମିଲ ହୋଇ ନିଜ ନିଜର ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଲେଣି। ଏବେ ଗଞ୍ଜାମ ଜିଲ୍ଲାରେ ବାଲି ବ୍ୟବସାୟ ରେ ମାତ୍ରାଧିକ ଲାଭ ହେଉଛି। ଏହି ବ୍ୟବସାୟ ରେ ନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ମାଫିଆ ମାନେ ହାତକୁ ହାତ ମିଶାଇ ଖୁଲାମ ଖୁଲା ଏ ବ୍ୟବସାୟ କରୁଥିବା ନେଇ ଚର୍ଚ୍ଚା ହେଉଛି। ଚୋରା ବାଲି ସମ୍ରାଟ ହେବାକୁ ମାଫିଆ ମାନଙ୍କ ମଧ୍ୟରେ ବିଭିନ୍ନ ଅଞ୍ଚଳ ରେ ଛକା ପଞ୍ଜା ଲାଗିରହିଛି। କେଉଁ ପରିସ୍ଥିତି ରେ ଏହା ଉଗ୍ର ରୂପ ନେବ କିଏ ଅବା କହିବ। ଯିଏ ଯାହାର ସାମ୍ରାଜ୍ୟ ବିସ୍ତାର କରିବାକୁ ପ୍ରୟାସ କରୁଥିବା ଯୋଗୁଁ ମୁଣ୍ଡ ମଧ୍ୟ ଗଡ଼ିବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଲାଣି। ରାଜ୍ୟରେ ନୂଆ ସରକାର ହେବା ପରେ ରାଜନୈତିକ ଦଳରେ ସମ୍ପୃକ୍ତ ଥିବା ମାଫିଆ ମାନଙ୍କୁ କିଛି ଜିଲ୍ଲାର ନେତା ମାନଙ୍କ ଆଶୀର୍ବାଦ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ମାସିଆରି ବଟି କିଏ କେତେ ଦେଉଛି ତାହାକୁ ନେଇ ମାଫିଆ ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଥିବା ଯୋଗୁଁ ଆଇନଶୃଙ୍ଖଳା ଭଳି ପରିସ୍ଥିତି ଗାଁ ଗାଁ ରେ ସୃଷ୍ଟି ହୋଇଥିବାର ଚର୍ଚ୍ଚା ହେଲାଣି। ବେଳ ଥାଉ ଥାଉ ପ୍ରଶାସନ ତୀକ୍ଷ୍ମ ଦୃଷ୍ଟି ନରଖିଲେ ମୁଣ୍ଡ ଗଡ଼ିବା ନିଶ୍ଚିତ ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। କେବଳ ଜିଲ୍ଲା ରେ ନୁହେଁ ପଡୋଶୀ ରାଜ୍ୟ ଆନ୍ଦ୍ର କୁ ଏହି ଚୋରା ବାଲି ଚାଲାଣ ହେଉଛି କାରଣ ଓଡିଶା ର ବାଲି ଆନ୍ଦ୍ର ରେ ସୁନା ଦରରେ ବିକ୍ରି ହୁଏ ଏହା ପ୍ରଶାସନ ସବୁ ଜାଣିଛି କିନ୍ତୁ ମୋଟା ଅଙ୍କର ବଟି ନେଇ ଚୁପ ବସିଛି l ମୁଖ୍ୟତଃ ପୁରୁଷୋତ୍ତମପୁର, ଛତ୍ରପୁର, ଆସିକା, ଚିକିଟି ଅଞ୍ଚଳ ରୁ ରାତି ଅଧିଆ ବାଲି ଚାଲାଣ ହେଉଛି ବୋଲି ଅଭିଯୋଗ ହେଉଛି l ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ୱ ନେବା ଦିନ ଠାରୁ ମାଫିଆ ମାନେ ସକ୍ରିୟ ଅଛନ୍ତି କେବଳ ବାଲି ନୁହେଁ ମଦ, ଖଣି, ଓ ଜମି ମାଫିଆ ମାନେ ବର୍ତ୍ତମାନ ପ୍ରଶାସନିକ ଅଧିକାରୀ ଙ୍କ ଗେଲ୍ହା ପୁଅ l ନିଆଁରେ ଘିଅ ଢ଼ାଳିବା ପରି ବିଜେପି ସରକାର ଆସିବା ପରେ ଏଥିରେ ବିଧାୟକ ଓ ମନ୍ତ୍ରୀ ମାନଙ୍କ ମଧ୍ୟ ମାଫିଆ ମାନଙ୍କ ପ୍ରତି ଆଶ୍ରିବାଦ ବଢ଼ି ଯାଇଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ହେଉଛି l ତଳ ଦିନେ ଆସିକା ବିଧାୟକ ଙ୍କ ଅଡିଓ ଭାଇରଲ ହେଲା ପରେ ଏହା ସ୍ପଷ୍ଟ ହୋଇଛି l ଏହାକୁ ନେଇ ପୋଲିସ ପ୍ରଶାସନ ର ମୁଣ୍ଡ ବ୍ୟଥା ର କାରଣ ବଢିଛି ଏହି ମାଫିଆ ମାନଙ୍କ କାରଣ ରୁ ଜିଲ୍ଲାର ଆଇନ ଶୃଙ୍ଖଳା ବିଗିଡ଼ିବା ସମ୍ଭାବନା ଅନେକ ଏଥିରେ ମୁଣ୍ଡ ମଧ୍ୟ ଗଡି ପାରେ ବୋଲି ଆଲୋଚନା ହେଉଛି l ତେଣୁ ରାଜ୍ୟ ସରକାର ଏବଂ ରାଜ୍ୟ ପୋଲିସ ବିଭାଗ ଗଞ୍ଜାମ ଜିଲ୍ଲା ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.