ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ପାକିସ୍ତାନ ଥିବା ବେଳେ ଇସଲାମାବାଦ ଓ ଲାହୌରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି।
ସେହିପରି ଭୂକମ୍ପ ଝଟକା ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଜମ୍ମୁ-କାଶ୍ମୀରରେ ଝଟକା ଅନୁଭୂତ ହୋଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ମିଳି ନାହିଁ । ଆଫଗାନିସ୍ତାନରେ ମଧ୍ୟ ଝଟକା ଅନୁଭୂତ ହୋଇଛି । ଗତ ୨ ସପ୍ତାହରେ ୨ୟ ଥର ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

nis-ad
Leave A Reply

Your email address will not be published.