ବାଇକରୁ ପଡ଼ି ଯୁବକଙ୍କ ମୃତ୍ୟୁ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ରାଏବଗା ରୋଡ ସ୍ଥିତ କାନ୍ତିଲାଲ ଦଫେଇ ଅଞ୍ଚଳରେ ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଜନୈକ ଯୁବକ ବାଇକରୁ ପଡ଼ି ମୃତ୍ୟୁ ଘଟିଥିବା ଜଣା ପଡ଼ିଛି | ବୀରମିତ୍ରପୁର ପଟୁ କୌଣସି କାମ ସାରି ନିଜ ଘର କୁତ୍ରା ଥାନା ଅନ୍ତର୍ଗତ ଖତକୁଲବାହାଲ ଅଭିମୁକ୍ଷେ ଦୃତ ଗତିରେ ଯାଉଥିବା ବେଳେ ଏକ ବାଇକ ଚାଳକ ନିଜର ଭାରସାମ୍ୟ ହରାଇ ରାସ୍ତା କୋଡରେ ଥିବା ଗଛକୁ ଧକ୍କା ଦେବା ସହ ରାସ୍ତାରେ ଛିଟିକି ପଡ଼ି ଏକ ପଥରରେ ଆଘାତ ଲାଗି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି | ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବୀରମିତ୍ରପୁର ଥାନାକୁ ସୂଚନା ଦେଇଥିଲେ ! ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବକୁ ଜବତ କରିବା ସହ ଆମ୍ବୁଲାନ୍ସ ଯୋଗେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଥିବା ଜଣା ପଡ଼ିଛି | ଦୁର୍ଘଟଣାରେ ଘଟିଥିବା ମୃତ୍ୟୁ ଘଟିଥିବା ଯୁବକ କୁତ୍ରା ଥାନା ଅନ୍ତର୍ଗତ ଖତକୁଲବାହାର ଅଞ୍ଚଳର ମାଲିଟଲି ଗ୍ରାମର ସଚିନ ସାହୁ ୩୦ ବର୍ଷ ବାଲି ଦୁର୍ଘଟଣାରେ ମୃତ ଯୁବକ ଠାରୁ ପୋଲିସ ଜବତ କରିଥିବା ପାନ କାର୍ଡ ଓ ଆଧାର କାର୍ଡ ରୁ ଜଣା ପଡ଼ିଛି ! ପୋଲିସ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି |

nis-ad
Leave A Reply

Your email address will not be published.